୭୪ତମ ତାଲୁକ ସ୍ତରୀୟ ବନ ମହୋତ୍ସବ


ବାଣପୁର ବ୍ଲକର ନୋଡାଲ ସ୍କୁଲ,ବାଣପୁରରେ ପାଳିତ ହୋଇଛି ବନ ମହୋତ୍ସବ। ବାଣପୁର ତାଲୁକ ସ୍ଥରୀୟ ବନ ମହୋତ୍ସବ ସମାପନ ଉତ୍ସବରେ ବାଣପୁର ବ୍ଲକ ଶିକ୍ଷାଧିକାରୀ ଶ୍ରୀ ସନାତନ ଜାଲିଙ୍କ ତତ୍ବାବଧାନ ଓ ନୋଡାଲ ସ୍କୁଲ ବାଣପୁରର ପ୍ରଧାନ ଶିକ୍ଷକ , ଶିକ୍ଷକ ଓ ଶିକ୍ଷୟତ୍ରୀ , ସ୍କୁଲ ପରିତାଳନା କମିଟିର ସଭାପତି ଓ ସଦସ୍ୟଙ୍କ ସହଯୋଗ ଓ ଛାତ୍ର ଛାତ୍ରଙ୍କ ଉପସ୍ଥିତି ତଥା ସହଯୋଗରେ କାର୍ଯ୍ୟକ୍ରମ କରାଯାଇଥିଲା।ଆଜିର କାର୍ଯ୍ୟକ୍ରମରେ ବନବିଭାଗ,ବାଲୁଗାଁ ଅଧିକାରୀ ଶ୍ରୀ ପ୍ରତାପ ପଟ୍ଟନାୟକ ମୂଖ୍ୟବକ୍ତା ଭାବେ ପହଞ୍ଚି ସ୍କୁଲ କର୍ତୁପକ୍ଷ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କାର୍ଯ୍ୟ ଆରମ୍ଭ କରୀ ପ୍ରାୟ ୨୦ଟି ଗଛ ଲଗାଇଥିଲେ। ବାଣପୁର ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନରେ ଥିବା ୧୨୭ଟି ସ୍କୁଲରେ ଆଜିର ୭୪ତମ ବନ ମହୋତ୍ସବ ଦିବସରେ ବୃକ୍ଷରୋପଣ କାର୍ଯ୍ୟ ଚାଲିଥିଲା। କୋମଳମତୀ ଛାତ୍ରଛାତ୍ରୀ ଗଛର ଉପକାରିତା ଉପରେ ଗୁରୁତ୍ବ ରଖିବେ ସହ ଆଗାମୀ ଦିନରେ ନିଶ୍ଚିତ ଭାବେ ଏହି କାର୍ଯ୍ୟକ୍ରମର ମୂଲ୍ୟବୋଧକୁ ଅନୁଭବ କରିପାରିବେ ବୋଲି ଆଶା କରାଯାଉଛି।
ଆଜିର କାର୍ଯ୍ୟକ୍ରମରେ ବନବିଭାଗ ଅଧିକାରୀ ସହ ବନବିଭାଗ କର୍ମଚାରୀ,ବାଣପୁର ନୋଡାଲ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତି ଥିଲେ । ।

You May Also Like

More From Author

+ There are no comments

Add yours