ପାତାଳୀ ଶ୍ରୀକ୍ଷତ୍ରର ନିଆରା ରଥଯାତ୍ରା

ସୁବର୍ଣ୍ଣପୁରଜିଲ୍ଲା ପାତାଳୀ ଶ୍ରୀକ୍ଷତ୍ରରେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଛି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ।କୋଟସମଲାଇର ଛଳିଆ ପାହଡ ର ଶ୍ରୀମନ୍ଦିର ରୁ ବାହାରି ଥିଲେ ଘୋଷଯାତ୍ରା ରେ ଭାଇ ଭଉଣୀ ସହ ଶ୍ରୀଜଗନ୍ନାଥ । ସବୁଜ ବନାନୀ ପରିବେଷ୍ଟିତ ଛଳିଆ ପାହଡର ଉପରୁ ତଳକୁ ଆନନ୍ଦର ସହିତ ପହଣ୍ଡିବିଜେ ହୋଇ ଆସିଛନ୍ତି ତିନିଠାକୁର ।

https://youtu.be/7egFQcYpXK0

ଆଗରେ ବଳଭଦ୍ର ମଝିରେ ଦେବୀ ସୁଭଦ୍ରା ଓ ପଛରେ କାଳିଆ ଠାକୁର ।ହରିବୋଲ, ହୁଳୁ ହୁଳି, ଘଂଟ ଘଂଟା ଓ ସଂକିର୍ତନ୍ୟର ଖୋଳ, ତାଳ, ଧ୍ୱନୀ ରେ ଉଛୁଳି ଉଠୁଛି ଏହି ପାବନ କ୍ଷେତ୍ର ।ଛଳିଆ ପାହାଡର ଶ୍ରୀମନ୍ଦିରରୁ ପ୍ରାୟ ୨୦୦ଫୁଟ ତଳକୁ ସେବାୟତ ମାନେ ପହଣ୍ଡିରେ ଆଣିଛନ୍ତି ତିନିବିଗ୍ରହଙ୍କୁ । ଏମିତି ଏକ ନିଆରା ରଥଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁମାନଙ୍କର ବେଶ ଭିଡ ଦେଖିବାକୁ ମିଳିଥିଲା ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷତ୍ରରେ ।

You May Also Like

More From Author

+ There are no comments

Add yours