Wed. Oct 14th, 2026

ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଲଚ୍ଛିପୁରରେ ପାଳିତ ହେଲା ଆନ୍ତର୍ଜାତୀୟ ଯୋଗ ଦିବସ ।ଲଛିପୁର ସରସ୍ବତୀ ଶିଶୁମନ୍ଦିର ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ନାଇକେନପାଲି ଆନୁକୂଲ୍ୟରେ ଅlନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡା. ରାମଶଙ୍କର ତ୍ରିପାଠୀ ଏହି ସଭାରେ ଅଧ୍ୟକ୍ଷତା କରି ଯୋଗ ଆମ ସ୍ୱାସ୍ଥ୍ୟ ପ୍ରତି କେତେ ଉପଯୋଗୀ ସେ ବିଷୟରେ ଆଲୋକପାତ କରିଥିଲେ। ସୁସ୍ଥ ଓ ନିରୋଗ ଜୀବନଯାପନ ପାଇଁ ପ୍ରତିଦିନ ଯୋଗ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ। ସରସ୍ବତୀ ଶିଶୁମନ୍ଦିର ଅଧ୍ୟକ୍ଷ, ଶିକ୍ଷକ ଓ ଶିଶୁ ବୃନ୍ଦଙ୍କ ସମେତ ଭାରପ୍ରାପ୍ତ ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶାନ୍ତନୁ କୁମାର ମେହେର, ବିପିଏମ ପ୍ରିୟରଞ୍ଜନ ସାହୁ, ବିଡିଏମ ରିଙ୍କୁ ପଧାନ, ଏମ.ଆର.ଏ ସୁଶାନ୍ତ ନାଏକ, ଲଚ୍ଛିପୁର ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ, ଲଚ୍ଛିପୁର ଥାନାର ପୋଲିସ କର୍ମଚାରୀ, ସ୍ଥାନୀୟ ଅଂଚଳର ଆଶା, ଅଙ୍ଗନବାଡି କର୍ମୀ ଏବଂ ବସେଶ୍ୱରପାଲି ଆଶ୍ରମସ୍କୁଲ ର ଛାତ୍ର ବୃନ୍ଦ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *