ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଆଶ୍ୱସ୍ତି

ଶବ୍ଦ ଓଡିଶା ବ୍ୟୁରୋ: ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ମାମଲାରେ ମାଲକାନଗିରିର ତତକାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ଜିଲ୍ଲାପାଳ ଥିବା ସମୟରେ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ହୋଇଥିଲା । ଡିସେମ୍ବର ୨୮, ୨୦୧୯ରେ ଦେବନାରାୟଣଙ୍କ ମୃତଦେହ ମାଲକାନଗିରିର ସତୀଗୁଡା ଜଳଭଣ୍ଡାରରୁ ଉଦ୍ଧାର ହୋଇଥିଲା । ମୃତକଙ୍କ ପତ୍ନୀ ବନଜା ପଣ୍ଡା ଏହା ଏକ ହତ୍ୟାକାଣ୍ଡ ବୋଲି ମାଲକାନଗିରି ଏସଡିଜେଏମ୍ କୋର୍ଟରେ ଅଭିଯୋଗ ଆଣିଥିଲେ । ହାଇକୋର୍ଟ ମାମଲାର ବିଚାର କରି ପୋଷ୍ଟମର୍ଟମ ରିପୋର୍ଟ ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଆଧାରରେ ଜିଲ୍ଲାପାଳଙ୍କୁ ଆଶ୍ୱସ୍ତି ଦେଇଛନ୍ତି ।

You May Also Like

More From Author

+ There are no comments

Add yours