ରଥଯାତ୍ରା ପାଇଁ ଚାଲିବ ୨୦୮ଟି ସ୍ୱତନ୍ତ୍ର ଟ୍ରେନ୍। ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ୪ଟି ରାଜ୍ୟରୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ରଥଯାତ୍ରା ସମୟରେ ଭକ୍ତମାନଙ୍କ ଯାତାୟତରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏପରି ସୁବିଧା ପ୍ରଦାନ କରାଯାଉଛି।ଏହି ୪ଟି ରାଜ୍ୟ ମଧ୍ୟରେ ରହିଛି ମହାରାଷ୍ଟ୍ର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼। ଏହି ରାଜ୍ୟରୁ ସ୍ୱତନ୍ତ୍ର ଟ୍ରେନ ଗଡିବ। ସୋମବାରଠାରୁ ନାନ୍ଦେଦରୁ ଖୋର୍ଦ୍ଧା ରୋଡ, ମାଳତିପାଟପୁରରୁ ସିକନ୍ଦରାବାଦ, ବିଶାଖାପାଟଣାରୁ ପୁରୀ, ଜୁନାଗଡ ରୋଡରୁ ପୁରୀ, ପାରାଦୀପରୁ ପୁରୀ ସମେତ ୯ଟି ସ୍ୱତନ୍ତ୍ର ରେଳ ଚାଲିଥିବା ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।ସୂଚନା ଅନୁସାରେ ଗୁଣ୍ଡିଚା ଦିନ ଖୋର୍ଦ୍ଧାରୋଡ-ପୁରୀ, ନୂଆଗାଁ ରୋଡ-ପୁରୀ, ଭଦ୍ରକ-ପୁରୀ, ପାରାଦୀପ-ପୁରୀ, ଅନୁଗୁଳ-ପୁରୀ, ବ୍ରହ୍ମପୁର-ପୁରୀ, ସମ୍ବଲପୁର-ପୁରୀ, ଗୁଣୁପୁର-ପୁରୀ ଉଭୟ ଅପ୍ ଆଣ୍ଡ ଡାଉନ୍ ଲାଇନରେ ଅଲଗା ଅଲଗା ଟ୍ରେନ ଚାଲିବ। ୨୮ ତାରିଖ ବାହୁଡା ଯାତ୍ରା ଏବଂ ୨୯ ତାରିଖ ସୁନାବେଶ ଦିନ ୩୪ଟି ସ୍ପେଶାଲ ଟ୍ରେନ ଚାଲିବ। ଏହାଛଡା ୨୧ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଦୈନନ୍ଦିନ ସ୍ୱତନ୍ତ୍ର ଟ୍ରେନ ଚାଲିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
You May Also Like
ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ
September 20, 2024
ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା
September 3, 2024
ଓଡ଼ିଶା ଆସୁଛି ୪୮ ହଜାର କ୍ଵିଣ୍ଟାଲ ଆଳୁ
August 21, 2024
More From Author
ବନ୍ଦ୍ ହୋଇଯିବ ଇଣ୍ଟରନେଟ!
July 13, 2023
ବିଜେପି ଜାତୀୟ କାର୍ଯ୍ୟକାରୀ କମିଟିରେ ସମୀର
July 13, 2023
ସଂରକ୍ଷିତ ଜଙ୍ଗଲରୁ ବାରହା ମାଂସ ଜବତ, ୨ଗିରଫ
July 12, 2023
+ There are no comments
Add yours