ଭକ୍ତଙ୍କର ଭକ୍ତିକୁ ନେଇ ସଉଦା; ବିକ୍ରି ହେଉଛି ନକଲି ମହାପ୍ରସାଦ

ଶ୍ରୀକ୍ଷେତ୍ର ପୁରୀର ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଭକ୍ତଙ୍କ ପାଇଁ ଅମୃତ ବୋଲି କୁହାଯାଏ । କିନ୍ତୁ ଭକ୍ତଙ୍କର ଏହି ଭାବନା ଆଉ ଭକ୍ତିକୁ ନେଇ ହେଉଛି ସଉଦା । ସବୁ ଜିନିଷର ବିକଳ୍ପ ବା ନକଲି ପ୍ରସ୍ତୁତ କରିସାରିବା ପରେ ବର୍ତ୍ତମାନ ମହାପ୍ରସାଦକୁ ମଧ୍ୟ ନକଲି କରି ବିକ୍ରି କରାଯାଉଛି । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀରେ ଦେକିବାକୁ ମିଳିଛି ଏଭଳି ଘଟଣା । ପୁରୀରେ ନକଲି ମହାପ୍ରସାଦ ବିକ୍ରି ହେଉଥିବା ନେଇ ସାଂଘାତିକ ଅଭିଯୋଗ କରାଯାଇଛି । ଲୋକନାଥ ରୋଡ ପାଇକ ସାହିରେ ଏହି ନକଲି ମହାପ୍ରସାଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଏକ ପରିତ୍ୟକ୍ତ ସ୍ଥାନରେ ରୋଷେଇ କରାଯାଇ ଏହି ମହାପ୍ରସାଦକୁ ବିକ୍ରି କରୁଛନ୍ତି ଅଭିଯୁକ୍ତ । ତେବେ ମହାପ୍ରସାଦ ବିକ୍ରି କରିବା ସହ ଭକ୍ତଙ୍କ ଭାବନା ଏବଂ ଭକ୍ତିଭାବକୁ ନେଇ ଖେଳାଯାଉଥିବା ଅଭିଯୋଗ ହୋଇଛି । ମହାପ୍ରଭୁଙ୍କ ନୀତିକାନ୍ତି ଯୋଗୁଁ ମନ୍ଦିରରେ ମହାପ୍ରସାଦ ବିଳମ୍ବରେ ବମିଳୁଛି । ତେଣୁ ଏହାର ଫାଇଦା ନେଇ ଭକ୍ତଙ୍କୁ ଠକିବା ଉଦ୍ଦେଶ୍ୟରେ ନକଲି ମହାପ୍ରସାଦ ବିକ୍ରି କରୁଛନ୍ତି କିଛି ଅସାମାଜିକ ଲୋକ ।

You May Also Like

More From Author

+ There are no comments

Add yours