Skip to content
ସୁବର୍ଣ୍ଣପୁର: ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କ ଜିଲ୍ଲାରେ ସାଇକଲ ରେ ବୁହାହେଲେ ଶବ। ଏପରି ଘଟଣା ଦେଖିବାକୁ ମିଳିଛି ଖୋଦ୍ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଙ୍କ ଜିଲ୍ଲା ସୁବର୍ଣ୍ଣପୁର ର ବିନିକା ଡାକ୍ତରଖାନା ରେ ।ମେଘଲା ଗାଁ ର ମହିଳା ରୁକ୍ମିଣୀ ସାହୁ ଅଂଶୁଘାତ ହେବାରୁ ଗାଁ ର ଜଣେ ବ୍ୟକ୍ତି ଙ୍କ ସଙ୍ଗେ ବିନିକା ଡାକ୍ତରଖାନା କୁ ଚିକିତ୍ସିତ ହେବା ପାଇଁ ଆସିଥିଲେ। ଚିକିତ୍ସା ହେଉଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିଲା। ଡାକ୍ତର ଅଂଶୁଘାତ ଜନିତ ମୃତ୍ୟୁ ରିପୋର୍ଟ ଦେଉଥିଲେ। ଡାକ୍ତର ଶବ କୁ ତୁରନ୍ତ ନେବା ପାଇଁ କହିଥିଲେ କିନ୍ତୁ ମହିଳାଙ୍କ ନିଜ ଲୋକ କେହି ନ ଥିବାରୁ ଶବ ପଡିରହିଥିଲା। ମହାପ୍ରୟାଣ ଗାଡି ଡାକ୍ତରଖାନା ରେ ନ ଥିବାରୁ, ସାଙ୍ଗରେ ଆସିଥିବା ବ୍ୟକ୍ତି କିଛି ଉପାୟ ନ ପାଇ ସାଇକେଲ ରେ ଶବ କୁ ନେଇ ଯାଇଥିଲେ। ନିଜ ଜିଲ୍ଲା ରେ ସ୍ବାସ୍ଥ୍ୟ ମନ୍ତ୍ରୀ ଥାଇ ମଧ୍ୟ ସାଇକେଲ ରେ ଶବ ବୁହାହେବା ଘଟଣା ସହ ବିପର୍ଜ୍ୟସ୍ଥ ସ୍ବାସ୍ଥ୍ୟ ସେବାକୁ ନେଇ ଜିଲ୍ଲା ରେ ଚର୍ଚା ଜୋର୍ ଧରିଛି।
ସୁବର୍ଣ୍ଣପୁରରୁ ନିରଞ୍ଜନ ମିଶ୍ର,ଶବ୍ଦ ମିଡ଼ିଆ