ମୁହଁ ଖୋଲିଲେ ପୂର୍ବତନ ପିପିଲି ବିଧାୟକ,ଦଳ ପାଇଁ ନୁହେଁ, ଲୋକଙ୍କ ସେବା କରୁଛି

ପିପିଲି: ଦୀର୍ଘଦିନର ନିରବତା ପରେ ମୁଁହ ଖୋଲିଲେ ପିପିଲି ର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ । ମୁଁ କୌଣସି ରାଜନୈତିକ ଦଳ ପାଇଁ ନୁହେଁ ବରଂ ଲୋକଙ୍କ ସେବା ରେ ଅଛି । ୨୦୧୯ ସାଧାରଣ ନିର୍ବାଚନ ଠାରୁ ସକ୍ରିୟ ରାଜନୀତି ରୁ ନିଜକୁ ଦୂରେଇ ରଖିଥିବା ଯୁଧିଷ୍ଠିର ଆଜି ସାମ୍ବାଦିକ ସମ୍ମିଳନୀ କରି ଏହା ସ୍ପଷ୍ଟ କରିଛନ୍ତି । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପିପିଲି ର ସାତ ଗୋଟି ଦାବୀ ଉପସ୍ଥାପନ କରି ଏହା ଉପରେ ସରକାର ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି । ବିଶେଷ କରି ପିପିଲି ରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଖୋଲିବା, ଅତିରିକ୍ତ ଜିଲ୍ଲା ଦୌରାଜର୍ଜ କୋର୍ଟ ଖୋଲିବା, ପିପିଲି ରେ କାରାଗାର ସ୍ଥାପନ, ବଳଙ୍ଗା ଥାନା ରୁ ୪ଗୋଟି ପଂଚାୟତ ପିପିଲି ଥାନା କୁ ଆସିବା ଓ ସତ୍ୟବାଦୀ ଥାନା ରୁ ଦୁଇ ଗୋଟି ପଂଚାୟତ କୁ ଡେଲାଙ୍ଗ ଥାନା ଅଧିନ କୁ ଆଣିବା, ପିପିଲି ନିର୍ବାଚନ ମଣ୍ଡଳୀ ଅଧିନ ରେ ଥିବା କୌଶଲ୍ୟା ଗଙ୍ଗ ର ଜନ ସାଧାରଣ ଙ୍କ ଏ କ୍ରା ମ ନିର୍ବାଚନ ମଣ୍ଡଳୀ ରେ ଭୋଟ ଦାନ ପ୍ରକ୍ରିୟା କୁ ପରିବର୍ତ୍ତନ କରାଯାଇ ପିପିଲି ନିର୍ବାଚନ ମଣ୍ଡଳୀ ରେ ଭୋଟ କରିବା, ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀ କୁ ମଦମୁକ୍ତ କରିବା, ସାତ ଶଙ୍ଖ ଶୀତଳ ଭଣ୍ଡାର କୁ କାର୍ଯ୍ୟକାରୀ କରିବା ପାଇଁ ଦାବି ରଖିଥିଲେ ଯୁଧିଷ୍ଠିର ।। ଏହାଛଡା ପିପିଲି ବିଦ୍ୟୁତ ବିଭ୍ରାଟ ର ସ୍ଥାୟୀ ସମାଧାନ ପାଇଁ ବିଦ୍ୟୁତ ବିଭାଗ କୁ ତିନି ସପ୍ତାହ ର ମହଲତ ମାନ୍ୟବର ହାଇକୋର୍ଟ ଦେଇଥିବା ବେଳେ ପିପିଲି ଠନଠନା ଗ୍ରୀଡ଼ କାର୍ଯ୍ୟକ୍ରମ କରିବା ପାଇଁ ବିଦ୍ୟୁତ ବିଭାଗ କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ବୋଲି ଯୁଧିଷ୍ଠିର ସାମ୍ବାଦିକ ସମ୍ମିଳନୀରେ ଏହାର ଖୁଲାସା କରିଥିବା ବେଳେ ପିପିଲି ବଜାର ମଧ୍ୟ ଦେଇ ବସ ଚଳାଚଳ କରିବା ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ବୋଲି ଯୁଧିଷ୍ଠିର କହି ଥିବା ପିପିଲି ବଜାର ଦେଇ ଖୁବଶୀଘ୍ର ବସ ଚଳାଚଳ ସ୍ବାଭାବିକ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଜନ ସାଧାରଣ ଙ୍କ ସମସ୍ୟା କୁ ଦୃଷ୍ଟିରେ ରେ ରଖି ମାନ୍ୟବର ହାଇକୋର୍ଟ ଙ୍କ ଦ୍ବାରସ୍ଥ ହୋଇଥିଲି ଆବଶ୍ୟକ ପଡ଼ିଲେ ଜନ ପିପିଲି ଜନ ସାଧାରଣ ଙ୍କ ହିତ ପାଇଁ ସୁପ୍ରିମ କୋର୍ଟ ଯିବି ବୋଲି କହିଛନ୍ତି ଯୁଧିଷ୍ଠିର । ସୂଚନା ଥାଉକି ୨୦୧୯ ସାଧାରଣ ନିର୍ବାଚନ ରେ କଂଗ୍ରେସ ଟିକେଟ ପାଇ ଟିକେଟ ଫେରାଇ ଥିଲେ ଯୁଧିଷ୍ଠିର । ଯୁଧିଷ୍ଠିର ଙ୍କର ନୀରବତା କଂଗ୍ରେସ କୁ ବ୍ୟାକଫୁଟ ନେଇ ଥିବା ବେଳେ ବିଜେଡି କୁ ଦେଇ ଥିଲା ଫାଇଦା। ସେପଟେ ଦିବଙ୍ଗତ ନେତା ପ୍ରଦୀପ କୁମାର ମହାରଥୀ ଙ୍କ ଅକାଳ ବିୟୋଗ ପରେ ପିପିଲି ଉପନିର୍ବାଚନ ରେ ଯୁଧିଷ୍ଠିର ପିପିଲି ନିର୍ବାଚନ ମଣ୍ଡଳୀ ର ସାମଗ୍ରିକ ବିକାଶ ପାଇଁ ଶାସକ ଦଳ କୁ ପୂର୍ଣ୍ଣ ସମର୍ଥନ ର ଫାଇଦା ନେଇଥଲା ବିଜେଡି । ସେପଟେ ଦୀର୍ଘଦିନ ପରେ ପିପିଲି ର ସାମଗ୍ରିକ ବିକାଶ ରେ ଯୁଧିଷ୍ଠିର ସାରଥୀ ସାଜିଥିବା ବେଳେ ବିକାଶ ରେ ଗଣ ମାଧ୍ୟମ ର ସହଯୋଗ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଅନୁରୋଧ କରିଛନ୍ତି ।। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିପିଲି ବ୍ଲକ ର କଂଗ୍ରେସ ସଭାପତି ଜିତୁ ପ୍ରକାଶ ପରିଡ଼ା,ପୂର୍ବତନ ବ୍ଲକ ଅଧକ୍ଷ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, କଂଗ୍ରେସ ବରିଷ୍ଠ ନେତା ରମୁ ପଣ୍ଡା, ସତ୍ୟବାଦୀ ମିଶ୍ର,ସୁରେନ୍ଦ୍ର ପରିଡ଼ା, ପ୍ରମୋଦ ପଳେଇ, ପିପିଲି ବଜାର କମିଟି ସଭାପତି ରାକେଶ ମହାପାତ୍ର ,ନରେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

You May Also Like

More From Author

+ There are no comments

Add yours