ସିଙ୍ଗାପୁରର ଅଭିଜ୍ଞତା ବାଣ୍ଟିଲେ ଏସଏଚଜି ମହିଳା

ସୁବର୍ଣ୍ଣପୁର ଜିଲ୍ଲା ମାଁ ଭୈରବୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମମତା ସାହୁ ସିଙ୍ଗାପୁର ଯାଇ ଫେରିବା ପରେ ତାଙ୍କର ଅଭିଜ୍ଞତା ବାଣ୍ଟିଛନ୍ତି । ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଜିଲ୍ଲାପ୍ରଶାସନ ତରଫରୁ ଆୟୋଜିତ ଏକ ସଭାରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି ଭାବରେ ଓ ଅତିରିକ୍ତ ଜିଲ୍ଲାପାଳ ସମ୍ମାନିତ ଅତିଥି ଭାବ ଯୋଗ ଦେଇ ମମତାଙ୍କୁ ଫୁଲତୋଡ଼ା ଦେଇ ସମ୍ମାନିତ କରିବା ସହିତ ଆଗାମୀ ଦିନରେ ଅନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ଭଲ କାମ କଲେ ବିଦେଶ ଯାଇପାରିବେ ବୋଲି କହିଥିଲେ । ଏହି ସଭାରେ ଜିଲ୍ଲାର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ ଓ ମମତାଙ୍କ ସିଙ୍ଗାପୁର ଗସ୍ତର ଅଭିଜ୍ଞତା ଶୁଣିଥିଲେ । ସିଙ୍ଗାପୁରରେ ଓଡ଼ିଶାରୁ ବିଭିନ୍ନ ଜିନିଷ ନେଇ ଭଲ ବେପାର କରି ହେବ ବୋଲି କହିବା ସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ ।

You May Also Like

More From Author

+ There are no comments

Add yours