ସିସିଟିଭିରେ କଏଦ ହେଲା ଚୋରିର ଦୃଶ୍ୟ

ସୁବର୍ଣ୍ଣପୁର ସହରର ଉଦୟନଗରରୁ ଚୋରି, ସିସିଟିଭିରେ କଏଦ ହେଲା ଚୋରଙ୍କ କାରନାମା । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପାଖ ଉଦୟନଗରରୁ ଗତ ରାତିରେ ଚୋରି ହୋଇଥିବା ନେଇ ସୋନପୁର ଥାନାରେ ଅଭିଯୋଗ ହୋଇଛି । ଗତ କାଲି ରାତିରେ ଉଦୟନଗରର ସଞ୍ଜିବ କୁମାର ପାଣିଗ୍ରାହୀଙ୍କ ଘରେ ପରିବାର ଲୋକେ ସମସ୍ତେ ଶୋଇଥିବା ବେଳେ ଚୋରୀ ହୋଇଛି । ଆଜି ସକାଳୁ ଶ୍ରୀ ପାଣିଗ୍ରାହୀ ଉଠି ନିତ୍ୟକର୍ମ କରି ଯିବା ସମୟରେ ତାଙ୍କ ଆଲମିରା ଖୋଲାଥିବା ଦେଖିଥିଲେ । ବାହାରକୁ ଯାଇ ଦେଖିଲାବେଳକୁ ଗ୍ରୀଲ ମଧ୍ୟ ଭଙ୍ଗା ହୋଇଥିଲା । ଘରକୁ ଆସି ଭିତରେ ଦେଖିଲା ବେଳକୁ ତାଙ୍କ ଆଲମାରିରେ ପ୍ରାୟ ୨୦ ହଜାର ଟଙ୍କା ଓ ୫ ଭରି ସୁନା ନ ଥିବା ଜାଣିବାକୁ ପାଇଥିଲେ । ଏନେଇ ଆଜି ସେ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ଘଟଣା ସ୍ଥଳକୁ ଯାଇ ନିକଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଦେଖିଥିଲା । ସିସିଟିଭି ଫୁଟେଜରେ ଦୁଇ ଜଣ ଚୋର ଥିବା ସ୍ପଷ୍ଟ ଦେଖା ଯାଇଥିବାବେଳେ ଜଣେ ଚୋର ମୁହଁ ଢାଙ୍କି ଦେଇ ଥିବା ଦେଖିବାକୁ ମିଳିଛି । ସୋନପୁର ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

You May Also Like

More From Author

+ There are no comments

Add yours