Wed. Oct 14th, 2026

ମାଗଣାରେ ଆଧାର କାର୍ଡ କାଗଜପତ୍ର ଅପ୍‌ଡେଟ୍‌ କରିବାର ସମୟ ସୀମାକୁ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ ଏଥିପାଇଁ ଧାର୍ଯ୍ୟ ହୋଇଥିବା ସମୟ ଗତକାଲି ଶେଷ ହୋଇଥିଲା। ଏବେ ଲୋକମାନେ ଆଧାରକୁ ଅପ୍‌ଡେଟ୍‌ କରିବା ଲାଗି ନିଜର ପରିଚୟ ଓ ଠିକଣାର ପ୍ରମାଣ କାଗଜପତ୍ରକୁ ସେପ୍ଟେମ୍ବର ୧୪ ପର୍ଯ୍ୟନ୍ତ ମାଗଣାରେ ଅପ୍‌ଲୋଡ୍ ଓ ଅପ୍‌ଡେଟ୍‌ କରିପାରିବେ।ମାଇଁ ଆଧାର ୱେବସାଇଟ୍‌ରେ ମାଗଣରେ ଆଧାର ଅପ୍‌ଡେଟ୍‌ ସୁବିଧା ଉପଲବ୍ଧ ରହିଛି। ଜନ ସେବା କେନ୍ଦ୍ରରେ ଅପ୍‌ଡେଟ୍‌ କଲେ ୨୫ ଟଙ୍କା ଦେବାକୁ ପଡ଼ୁଛି।

Leave a Reply

Your email address will not be published. Required fields are marked *