ରାଜପ୍ରସାଦ ବିଜେ : ସୁସ୍ଥ ହେଲେ ମହାପ୍ରଭୁ

ଆଜି ଅଣସର ଦ୍ଵାଦଶୀ , ଭୋଗ ମଣ୍ଡପ ନୀତି ସରିବା ପରେ ଭଣ୍ଡାର ଘରୁ ରୂପା ଥାଳି ନେଇ ଦକ୍ଷିଣ ଦ୍ୱାର ଲଣ୍ଡାବର୍ତ୍ତ ଉପରେ ଆସ୍ଥାନ ପ୍ରତିହାରୀ ପକାଇଥିବା ପାହାଡ଼ା ଉପରେ ରଖାଯାଇଥାଏ । ଚାଙ୍ଗଡ଼ା ମେକାପ ଯୋଗାଇଥିବା ପାଟକନା ସେହି ରୁପା ଥାଳି ମାନଙ୍କ ଉପରେ ପକାଇ ଦଇତା ପତି ସେବକ ମାନେ ଅଣସର ପିଣ୍ଡି ରୁ ଶ୍ରୀ ଅଙ୍ଗଚନ୍ଦନ ,କରାଳ ଓ ପାଟଡୋରି ଉକ୍ତ ଥାଳିରେ ରେ ରଖି ଘଣ୍ଟ , ଛତ୍ର , କାହାଳୀ ସହ ତଳିଛ ମହାପାତ୍ର ଓ ପ୍ରଧାନୀ ସେବକ ହାତ ପଇଠ ହୋଇ ଆଗେ ଆଗେ ପଟୁଆରରେ ଶ୍ରୀନଅର ଅଭିମୁଖେ ଯାଇଥାନ୍ତି। ଶ୍ରୀନଅର ରେ ଉପସ୍ଥିତ ହେବା ପରେ ସେଠାରେ ରାଜାଙ୍କ ଛୁଆଁ ଶାଢ଼ୀମାନ ଦଇତା , ପତି ମହାପାତ୍ର , ତଢ଼ାଉ , ଦେଉଳ କରଣ ଓ ତଳିଛ ମହାପାତ୍ରଙ୍କୁ ପ୍ରଦାନ କରାଯାଇଥାଏ।

You May Also Like

More From Author

+ There are no comments

Add yours