Wed. Oct 14th, 2026

ପୁରୀରେ ମନ୍ତ୍ରୀ ଅଶ୍ୱିନୀ ପାତ୍ର ହେଲେ ହଟ ହଟା । ଶ୍ରୀ ମନ୍ଦିର ଚାରି ଦ୍ଵାର ଖୋଲିବାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି, ଅସମ୍ପୂର୍ଣ୍ଣ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ, ଘନ ଘନ ବିଦ୍ୟୁତ୍ କାଟକୁ ନେଇ ସେବାୟତଙ୍କ ବିରୋଧର ସମ୍ମୁଖୀନ ହେଲେ ମନ୍ତ୍ରୀ ଅଶ୍ୱିନୀ ପାତ୍ର । ସେବାୟତଙ୍କ ଜବାବ ନ ଦେଇ ପାରି ମନ୍ତ୍ରୀ ତରବରିଆ ଭାବରେ ଗାଡି ରେ ବସି ପକାଇ ଥିବା ଦେଖିବାକୁ ମିଳିଛି। ରଥ ଯାତ୍ରା ସ୍ଵତନ୍ତ୍ର ସମୀକ୍ଷା ବୈଠକ ପୁରୀ ଟାଉନ୍ ହଲରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥଲା। ଭିସି ରେ ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷା ବୈଠକରେ ଯୋଗ୍ ଦେଇଥିଲେ। ଏହି ବୈଠକ ରେ ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀ ଯୋଗ ଦେଇଥିଲେ। ତେବେ ରଥ ଯାତ୍ରା ପୂର୍ବ ବୈଠକ ରେ ଶ୍ରୀ ମନ୍ଦିରର ଚାରି ଦ୍ଵାର ଭକ୍ତ ଙ୍କ ପାଇଁ ପୁର୍ବ ଭଳି ଖୋଲିବାକୁ ସେବାୟତ, ବୁଦ୍ଧିଜୀବୀ, ସାମ୍ୱାଦିକ ଦାବୀ କରିଥିଲେ। ଚାରି ଦ୍ଵାର ପ୍ରଵେଶ ଅନୁମତି ନଥିବାରୁ କେବଳ ସିଂହ ଦ୍ଵାର ରେ ପ୍ରବଳ ଗହଳି ହେଉଚି। ପ୍ରବଳ ଖରା ରେ ଛୋଟ ପିଲା, ମହିଳା, ବୃଦ୍ଧ ବ୍ୟକ୍ତି ବହୁ ଅସୁବିଧା ଭୋଗୁଛନ୍ତି । ସେହିପରି ପୁରୀ ବାସିନ୍ଦାଙ୍କୁ ପ୍ରଵେଶ ନେଇ ଏକ ସ୍ବତନ୍ତ୍ର ଦ୍ଵାର ରେ ବ୍ୟବସ୍ଥା କରିବାକୁ ମଧ୍ୟ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲା। ଆଇନ ମନ୍ତ୍ରୀ କହିଥିଲେ ସେ ସରକାର ଙ୍କ ସହ ଆଲୋଚନା କରି ଏହାର ପଦକ୍ଷେପ ନେବେ।ତେବେ ଏ ନେଇ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ବରିଷ୍ଠ ସେବାୟତ ଦାମୋଦର ମହା ସୁଆର ବିରୋଧ କରିଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ସୁବିଧା ପାଇଁ ରାଜ୍ୟ ସରକାର ପଦକ୍ଷେପ ନ ନେବାକୁ ସେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେହିପରି ଅସମ୍ପୂର୍ଣ୍ଣ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁ ପୁରୀ ବାସିନ୍ଦା ସହ ଭକ୍ତ ମାନେ ଯାତାୟାତ ନେଇ ବହୁ ଅସୁବିଧା ଭୋଗୁଛନ୍ତି। ହେଲେ ଏହା ଠିକ୍ ସମୟରେ ସରିବା ନେଇ ପ୍ରଶାସନ ଗୁରୁତ୍ୱ ନ ଦେବାକୁ ବରିଷ୍ଠ ସେବାୟତ ଦାମୋଦର ମହା ସୁଆର ବିରୋଧ କରିଛନ୍ତି। ସେହିପରି ରଥ ଯାତ୍ରା ଆସୁଥିବା ବେଳେ ଘନ ଘନ ବିଦ୍ୟୁତ୍ କାଟ କୁ ନେଇ ସେ ସରକାର ଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଭକ୍ତ ମାନଙ୍କୁ କଷ୍ଟ ଦେଉଥିବା ଏହି ସରକାରର ମନ୍ତ୍ରୀ ମାନେ ଆଗାମୀ ଦିନରେ ଅସୁବିଧା ଭୋଗିବେ ବୋଲି କହିଛନ୍ତି ବରିଷ୍ଠ ସେବାୟତ ଦାମୋଦର ମହାସୁଆର।ତେବେ ଏହି ପ୍ରସଙ୍ଗ ସମାଧାନ ପାଇଁ ସରକାର କାହିଁକି ପଦକ୍ଷେପ ନେଉନାହାନ୍ତି ବୋଲି ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ବରିଷ୍ଠ ସେବାୟତ ଦାମୋଦର ମହାସୁଆର ପଚାରିବାରୁ କୌଣସି ସଠିକ୍ ଉତ୍ତର ନ ଦେଇ ପାରି ତର ବରିଆ ଭବେ ସ୍ଥାନ ଛାଡି ଚାଲିଯିବା ଘଟଣା ପୁରୀରେ ଚର୍ଚ୍ଚାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *