Wed. Oct 14th, 2026

ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ପାନାବେଡା କଳା ସାଂସ୍କୃତିକ ପରିଷଦ ର ସଭାପତି l ବଂଶୀ ଧର ଦାଶ ଙ୍କ ନେତୃତ୍ୱ ରେ ଧୋଡ଼ିପାଣି ପଞ୍ଚାୟତ ହାଟପଦା ଠାରେ ରଜ ପର୍ବ ଉପଲକ୍ଷେ ଓଡିଶା ଲୋକକଳା ମହୋତ୍ସବ ପାଳନ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି ଯୋଗଦାନ ଦେଇଥିଲେ ଏବଂ ସମ୍ମାନୀତ ଅତିଥି ଭାବରେ ରାଜ୍ୟ ଉଠା ଜଳସେଚନ ନିଗମ ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ ଚନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ବାସୁଦେବ ଗୌଡ଼ ଚନ୍ଦାହାଣ୍ଡି ଜୋନ 2 ଜିଲ୍ଲା ପରିସଦ ସଭ୍ୟା କେତକୀ ମଲ୍ଲୀ ଗୌଡ଼, ଧୋଡ଼ିପାଣି ସମିତି ସଭ୍ୟା ଭାନୁମତି ମାଝି ସରପଞ୍ଚ ଦୁର୍ଲଭ ପୂଜାରୀ ଚନ୍ଦାହାଣ୍ଡି ବିଡ଼ିଓ ଧର୍ମରାଜ ମାଝି ବରିଷ୍ଠ କଳାକାର ପତିରାମ ଗୌଡ଼ ବଳରାମ କଟା, ମୋହନ ମୁଣ୍ଡ, ଭୁବଲ ଗହୀର ପ୍ରମୁଖ ମଞ୍ଛାସୀନ ରହିଥିଲେ l ସର୍ବ ପ୍ରଥମେ ମୁଖ୍ୟ ଅତିଥି ତଥା ବିଧାୟକ ପ୍ରକାଶ ଚନ୍ଦ୍ର ମାଝି ପ୍ରଦୀପ ପ୍ରଜ୍ବଳନ କରିବା ସହ କାର୍ଯ୍ୟକ୍ରମ କୁ ଶୁଭ ଉଦଘାଟନ କରିଥିଲେ l ଏହା ପରେ ପାନାବେଡା ସାଂସ୍କୃତିକ କଳା ପରିଷଦ ର ସଭାପତି ବଂଶୀଧର ଦାଶ ଙ୍କ ସଭାପତିତ୍ୱ ରେ ଏକ ବୈଠକ ଅନୁଷ୍ଠିତ ହେବା ସହ l ଚନ୍ଦାହାଣ୍ଡି ଅଞ୍ଚଳ ର ପୁରୁଣା ଲୋକ କଳା ଘୁମୁରା , ମାଦଳି, ସମ୍ପ୍ରଦା, ଖଞ୍ଜଣୀ, ଦାଶ କାଠିଆ, ଘୁଡୁକା ବାଦ୍ୟ ପରି ଲୋକ କଳା କୁ ବଞ୍ଚାଇ ରଖିବା ସହ l ଗୀତ କୁଡ଼ିଆ, ବଂଶୀ , ତୁରୀ କର୍ଣାଟ, ମହୁରୀ ବାଦ୍ୟ କୁ ଜୀବିତ ରଖିବା ପାଇଁ ବିଶେଷ ଆଲୋଚନା ହୋଇଥିଲା l ଏଥିରେ ଅଞ୍ଚଳ ର ରେକର୍ଡ ଡ୍ୟାନ୍ସ, ମାଦଳି, ସଂପ୍ରଦା , ପରି ପୁରାତନ ଲୋକକଳା କୁ କଳାକାର ମାନେ ପରିବେଷଣ କରିଥିଲେ l ସମସ୍ତ କଳାକାର ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l କଳା କାର ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ବିଧାୟକ ଙ୍କୁ କଳାକାର ମାନେ ଅନୁରୋଧ କରିଥିଲେ l କଳାକାର ଙ୍କ ବିଭିନ୍ନ ସମଷ୍ୟା ର ସମାଧାନ କରାଯିବା ର ପ୍ରୟାସ କରାଯିବ ବୋଲି ବିଧାୟକ ପ୍ରକାଶ ଚନ୍ଦ୍ର ମାଝି ପ୍ରତିଶ୍ରୁତି ଦେଇ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଡମ୍ବରୁ ପତ୍ର ଷଷ୍ଟି ଗୋପାଳ, ହରିରାମ ଜଗତ, ଅଭିମନ୍ୟୁ ବାଘ, ପ୍ରମୁଖ ଟଙ୍କଧର ବାଘ, ପ୍ରମୁଖ କଳାକାର ମାନେ ଉପସ୍ଥିତ ରହିଥିଲେ l ମୁକୁନ୍ଦ ବେଶ୍ରା

Leave a Reply

Your email address will not be published. Required fields are marked *