Wed. Oct 14th, 2026

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ କୁହୁଡି ପଞ୍ଚାୟତ ଅଧୀନ କହରାପଡା ଗ୍ରାମର କୁନ୍ଦ୍ରୁ ମାଝି ଙ୍କ ପୁଅ ଅର୍ଣ୍ଣ ମାଝି (24,) ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି l ଏନେଇ ଚନ୍ଦାହାଣ୍ଡି ଥାନା ୟୁଡ଼ି କେସ ନଂ 14/23 ଅନୁସାରେ ଏକ ମାମଲା ରୁଜ୍ଜୁ କରି ଏହାର ତଦନ୍ତ ଭାର ଏସ ଆଇ ଖଗେଶ୍ୱର ଖୋସଲା ଙ୍କୁ ହସ୍ତାନ୍ତର କରିଥିବା ନେଇ ଆଇ ଆଇ ସି ଶ୍ରୀ ନାୟକ ସୂଚନା ଦେଇଛନ୍ତି l
ପୋଲିସ ସୂତ୍ର ଅନୁସାରେ କହରାପଡା ଗ୍ରାମର ଅର୍ଣ୍ଣ ମାଝି ଆଜି କୌଣସି କାରଣ କୁ ନେଇ ବିଷ ପିଇ ଦେଇଥିଲା l ପରିବାର ଲୋକେ ତୁରନ୍ତ ଅର୍ଣ୍ଣ କୁ 108 ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତୀ କରିଥିଲେ l ଚିକିତ୍ସାଧୀନ ଅବସ୍ଥା ରେ ଡାକ୍ତର ମୃତ ଘୋଷଣା କରିଥିଲେ l ପରିବାର ଲୋକେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଏସ ଆଇ ଖଗେଶ୍ୱର ଖୋସଲା ଡାକ୍ତରଖାନା କୁ ଯାଇ ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରି ଘଟଣା ର ଅଧିକା ତଦନ୍ତ ଚଳାଇ ଥିବା ଏସ ଆଇ ଖୋସଲା ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି l
ନବରଙ୍ଗପୁରରୁ ମୁକୁନ୍ଦ ବେଶ୍ରା,ଶବ୍ଦ ମିଡିଆ

Leave a Reply

Your email address will not be published. Required fields are marked *