ଆନ୍ଧ୍ରପ୍ରଦେଶରୁ ଓଡ଼ିଆ ନିଖୋଜ ଝିଅ ଉଦ୍ଧାର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ସଦରର ଗ୍ରାମର ଶୋବନି ବାଗର୍ତ୍ତୀଙ୍କ ଝିଅ ଗତ 15 ତାରିଖ ଦିନ ଠାରୁ ନିଖୋଜ ଥିଲେ । ତେବେ ନିଖୋଜ ଝିଅ ମୁନିବତୀ ବଗର୍ତ୍ତୀ (23)କୁ ପଡୋଶୀ ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲା ହନୁମାନ ଜନକ୍ସନ ଥାନା ଅଧୀନ ବାବେଳପଡା ଗାଁରୁ ଉଦ୍ଧାର କରାଯାଇଛି। ଏନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଚନ୍ଦାହାଣ୍ଡି ଥାନା ଏସଆଇ ଖଗେଶ୍ୱର ଖୋସଲା ଆନ୍ଧ୍ର ପୋଲିସ ସହାୟତାରେ ଉଦ୍ଧାର କରିଛନ୍ତି। ପରେ ଚନ୍ଦାହାଣ୍ଡି ଥାନାକୁ ଆଣି ଝିଅକୁ ପରିବାରକୁ ହସ୍ତାନ୍ତର କରିଛନ୍ତି। ପୋଲିସ ବିଭାଗର ଏସଆଇ ଖଗେଶ୍ୱର ଖୋସଲାଙ୍କୁ ସଭିଏଁ ପ୍ରଶଂସା କରୁଛନ୍ତି l ପୋଲିସ ସୂତ୍ର ଅନୁସାରେ ଚନ୍ଦାହାଣ୍ଡି ସଦର ଗ୍ରାମର ମୁନିବତୀ ବଗର୍ତ୍ତୀ ଗତ 14 ତାରିଖ ଦିନ ଘରେ କାହାକୁ କିଛି ନଜଣାଇ ଘରୁ ଲୁଚିକି କୁଆଡେ ଚାଲି ଯାଇଥିଲେ l ପରିବାର ଲୋକେ ମୁନିବତୀକୁ ବିଭିନ୍ନ ଜାଗାରେ ଖୋଜା ଖୋଜି କରି ଥିଲେ ମଧ୍ୟ ଝିଅର କୌଣସି ଖୋଜ ଖବର ନ ମିଳିବାରୁ ମୁନିବତୀର ମା ଗତ ମାସ 15 ତାରିଖରେ ଚନ୍ଦାହାଣ୍ଡି ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ପରେ ଥାନା ଅଧିକାରୀ ଚନ୍ଦାହାଣ୍ଡି ଥାନା କେସ ନଂ 77/23 ଅନୁସାରେ ଏକ ନିଖୋଜ ମାମଲା ରୁଜ୍ଜୁ କରି ଏହାର ତଦନ୍ତ ଭାର ଏସଆଇ ଖଗେଶ୍ୱର ଖୋସଲାକୁ ହସ୍ତାନ୍ତର କରିଥିଲେ l ଏସ ଆଇ ଶ୍ରୀ ଖୋସଲା ଘଟଣାଟିକୁ ଗମ୍ଭୀରତାର ସହ ନେବା ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ l କୌଣସି ସୂତ୍ରରୁ ମୁନିବତୀ ଆନ୍ଧ୍ରପ୍ରଦେଶ ରେ ଥିବା ଖବର ପାଇ l ଏସ ଆଇ ଖୋସଲା ଏକାକୀ ସେଠାକୁ ଯାଇ ଆନ୍ଧ୍ର ପୋଲିସ ସହାୟତା ରେ ସେଠାରୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ନେଇ ଶ୍ରୀ ଖୋସଲା ସୂଚନା ଦେଇଛନ୍ତି l ମୁନିବତୀ କୁ କିଏ ଅପହରଣ କରିଥିଲା ନା ସେ ନିଜ ଇଛାରେ ସେଠାକୁ ଯାଇଥିଲା ଏ ବାବଦରେ ପୋଲିସ କିଛି ସୂଚନା ଦେଇନାହିଁ l

You May Also Like

More From Author

+ There are no comments

Add yours