ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ କୁହୁଡି ପଞ୍ଚାୟତ ଅଧିନ କହରାପଡା ଗ୍ରାମର କୁନ୍ଦ୍ରୁ ମାଝିଙ୍କ ପୁଅ ଅର୍ଣ୍ଣ ମାଝି (24,) ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l ଏନେଇ ଚନ୍ଦାହାଣ୍ଡି ଥାନା ୟୁଡ଼ି କେସ ନଂ 14/23 ଅନୁସାରେ ଏକ ମାମଲା ରୁଜ୍ଜୁ କରି ଏହାର ତଦନ୍ତ ଭାର ଏସଆଇ ଖଗେଶ୍ୱର ଖୋସଲାଙ୍କୁ ହସ୍ତାନ୍ତର କରିଥିବା ନେଇ ଆଇଆଇସି ଶ୍ରୀ ନାୟକ ସୂଚନା ଦେଇଛନ୍ତି lପୋଲିସ ସୂତ୍ର ଅନୁସାରେ କହରାପଡା ଗ୍ରାମର ଅର୍ଣ୍ଣ ମାଝି କୌଣସି କାରଣକୁ ନେଇ ବିଷ ପିଇ ଦେଇଥିଲେ l ପରିବାର ଲୋକେ ତୁରନ୍ତ ତାଙ୍କୁ 108 ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ମୃତ ଘୋଷଣ କରିଥିଲେ l ପରିବାର ଲୋକେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଏସଆଇ ଖଗେଶ୍ୱର ଖୋସଲା ଡାକ୍ତରଖାନାକୁ ଯାଇ ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇଥିଲେ l ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରି ଘଟଣାର ଅଧିକା ତଦନ୍ତ ଚଳାଇଥିବା ଏସଆଇ ଖୋସଲା ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l