ପ୍ରବଳ ତାତି, ସିଝୁଛି ଓଡ଼ିଶା। ଆଗାମୀ ୫ ଦିନ ଯାଏଁ ସର୍ତକ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

ଶବ୍ଦ ଓଡିଶା ବ୍ୟୁରୋ: ଖରାରେ ଆଉଟପାଉଟ ହେଉଛି ଓଡ଼ିଶା । ସକାଳର ତାପମାତ୍ରା ୩୦ ଡିଗ୍ରୀ ଅତିକ୍ରମ କରୁଛି । ଦିନ ୧୦ଟା ପରେ ଘରୁ ବାହାରିବା କଷ୍ଟ ହୋଇପଡୁଛି । କିଛି ଦିନ ହେଲା ଭୁବନେଶ୍ୱର ସମେତ ରାଜ୍ୟରେ ଅଧିକାଂଶ ଅଂଚଳରେ ଏଭଳି ଗୁଳୁଗୁଳିର ପ୍ରଭାବ ଦେଖିବାକୁ ମିଳିଛି । ତା ସାଙ୍ଗକୁ ବିଦ୍ୟୁତ୍ କାଟ ଲୋକଙ୍କୁ ଅଣନିଶ୍ୱାସୀ କରିପକାଇଛି ।

ପାଣିପାଗ ବିଭାଗ ଅନୁଯାୟୀ, ରଜ ସୁଦ୍ଧା ତାତିରୁ ଲୋକଙ୍କୁ ନିସ୍ତାର ନାହିଁ । ଗତକାଲି ରାଜ୍ୟର ୨୦ ସହରର ତାପାମତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ପଶ୍ଚିମ ଓଡ଼ିଶାର ୮ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା । ଆସନ୍ତା ୪ରୁ ୫ ଦିନ ରାଜ୍ୟରେ ଏଭଳି ତାତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡା, ସୋନପୁର, ବୌଦ୍ଧ, କେନ୍ଦୁଝର ଆଦି ଅଂଚଳରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବାର ଅଛି । ୧୩ ତାରିଖ ଯାଏ ରାଜ୍ୟରେ ଏଭଳି ଖରା ଜାରି ରହିବ ।

You May Also Like

More From Author

+ There are no comments

Add yours