ମାଲାକନଗିରି ଉପ କାରାଗାରରୁ ଅନ୍ତେବାସୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଶବ୍ଦ ଓଡିଶା ବ୍ୟୁରୋ: ମାଲାକନଗିରି ଉପ କାରାଗାରରୁ ପୁଣି ଜଣେ ଅନ୍ତେବାସୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଗତକାଲି ଭୋର ସମୟରୁ ପାଇଖାନା ଭିତରୁ ପୁଣି ଜଣେ ଅନ୍ତେବାସୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ମାମଲାରେ ମାଲକାନଗିରି ଏମଭି-୩୩ ଗାଁର ବିଧାନ ମିର୍ଧା ଓ ତାଙ୍କ ଦ୍ୱିତୀୟ ପତ୍ନୀ ଗତ ୪ ବର୍ଷ ଧରି ବିଚାରୀଧୀନ କଏଦୀ ଭାବେ ସଜା କାଟୁଥିଲେ ।

ପୂର୍ବରୁ ୨୦୨୦ ଡିସେମ୍ବରରେ ମାଲକାନଗିରି ଉପକାରାଗରରେ ଜଣେ ବିଚାରାଧିନ କଏଦୀ ନିଜ ବେକ କାଟି ଆତ୍ମହତ୍ୟା କରିଥିଲେ । ୨୦୧୬ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଦୁଇ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । କେବଳ ଓଡିଶାରେ ଗତ ୧୦ ବର୍ଷରେ ୫୪୬ ଜଣ ଅନ୍ତେବାସୀ ଆତ୍ମହତ୍ୟା କରିଥିବା ନେଇ ଗୃହରେ ବିଧାୟକ ସୌମ୍ୟରଂଜନ ପଟ୍ଟାନାୟକଙ୍କ ପ୍ରଶ୍ନ ଉତର ରଖିଥିଲେ ଗୃହ ରାଜ୍ୟ ମନ୍ତ୍ରୀ ତୁଷାରୀକାନ୍ତ ବେହେରା ।

You May Also Like

More From Author

+ There are no comments

Add yours