Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଓଲିଉଡରେ ଅଭିନେତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗ ପରେ ତେଜିଛି ବିବାଦ । ବିବାଦ ଏବେ ଆଉ ପାଦେ ଆଗକୁ ବଢିଛି । ପ୍ରଯୋଜକ ସଂଜୟ ନାୟକଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ସେ ସଂଜୟଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି।

ପ୍ରକୃତିଙ୍କ ଏଫଆଇଆର ଆଧାରରେ ମାମଲା ରୁଜୁ କରିଛି ମୁମ୍ବାଇ ଡିଏନ ନଗର ପୋଲିସ୍ । ପୂର୍ବରୁ ସଂଜୟ ନାୟକଙ୍କ ବିରୋଧରେ ଯୌନ ଶୋଷଣ ଉଦ୍ୟମ ଅଭିଯୋଗ ଆଣିଥିଲେ ଅଭିନେତ୍ରୀ ଜସ୍ମିନ ରଥ । ଆଉ ଜସ୍ମିନଙ୍କ ଅଭିଯୋଗକୁ ସମର୍ଥନ କରି ବୟାନ ଦେଇଥିଲେ ପ୍ରକୃତି । ଦୁଇ ଅଭିନେତ୍ରୀଙ୍କ ଅଭିଯୋଗ ପରେ ସଫେଇ ରଖି ପ୍ରକୃତିଙ୍କୁ ଟାର୍ଗେଟ କରିଥିଲେ ସଂଜୟ ନାୟକ ।

Leave a Reply

Your email address will not be published. Required fields are marked *