ସ୍ୱାମୀର ଶାବଳ ମାଡରେ ଗଲା ସ୍ତ୍ରୀର ଜୀବନ

ଶବ୍ଦ ଓଡିଶା ବ୍ୟୁରୋ: ପଡୋଶୀଙ୍କ ବିବାହ ଭୋଜିରେ ନାଚିବାରୁ ଗଲା ଜୀବନ । ସ୍ୱାମୀର ଶାବଳ ମାଡରେ ଗଲା ସ୍ତ୍ରୀର ଜୀବନ । ବାଲେଶ୍ୱର ଜିଲ୍ଲା ଔପଦା ଥାନା ପାଇକପଡା ଗାଁର ସିଂହ ସାହିରେ ଏଭଳି ଘଟଣା ଘଟିିଛି । ଗାଁର ରାମ ସିଂଙ୍କ ପତ୍ନୀ ଶର୍ମିଲା ପଡୋଶୀଙ୍କ ବିବାହରେ ନାଚିଥିଲେ । ଏଥିରେ ରାଗିଯାଇ ରାମ ସିଂ ଶର୍ମିଳାଙ୍କୁ ଗାଳିଗୁଲଜ କରିବା ସହ ଶାବଳରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଶର୍ମିଳାଙ୍କ ମୃତ୍ୟୁ ହୋଇଥିଲା । ଔପଦା ପୁଲିସମୃତଦେହ ଜବତ କରିବା ସହ ଅଭିଯୁକ୍ତ ରାମ ସିଂଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

You May Also Like

More From Author

+ There are no comments

Add yours