Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଆସନ୍ତା ୧୭ତାରିଖରେ ଢେଙ୍କାନାଳରେ ଆୟୋଜନ ହେବ ବିଜେପିର ମହାଜନସମ୍ପର୍କ ଯାତ୍ରା । ଯାତ୍ରାରେ କେ‌ନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଗେଦେବେ। ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏନେଇ ସୂଚନା ଦେଇଛନ୍ତି ।
କେନ୍ଦ୍ରରେ ବିଜେପି ସରକାରକୁ ୯ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ମହାଜନସମ୍ପର୍କ ଯାତ୍ରା ଆରମ୍ଭ ହୋଇଛି। ମେ ୩୧ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜୁନ୍ ୩୦ ପର୍ଯ୍ୟନ୍ତ ଚାଲିବ। ଏଥିରେ ସାରା ଦେଶରେ ୫୧ଟି ମହାରାଲି ଆୟୋଜନ ହେବାକୁ ଥିବାବେଳେ ଓଡ଼ିଶାରେ ୪ଟି ମହାରାଲି ହେବ। ପ୍ରଥମ ମହାରାଲି ଢେଙ୍କାନାଳରେ ଆୟୋଜନ ହେବାକୁ ଥିବା‌ବେଳେ ଏଥିରେ ଅମିତ ଶାହ ଯୋଗଦେବେ।

Leave a Reply

Your email address will not be published. Required fields are marked *