କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଆମ୍ ଆଦମୀ ପାର୍ଟର ବଡ଼ ରାଲି

ଆମ୍ ଆଦମୀ ପାର୍ଟି ରବିବାର କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ରାମଲୀଲା ମଇଦାନରେ ଏକ ବଡ଼ ରାଲି ର ଆୟୋଜନ କରିଛି । ଦୀର୍ଘ ୧୨ ବର୍ଷ ପରେ ଆପ୍ ର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାମଲୀଲା ମଇଦାନକୁ ପୁଣି ଫେରିଛନ୍ତି । ରାମଲୀଲା ମଇଦାନରୁ ରାଜନୀତିରେ ପ୍ରବେଶ କରିଥିବା କେଜ୍ରିୱାଲ ଆଜି କେନ୍ଦ୍ରରେ ବିଜେପି ସରକାରଙ୍କ ଆଦେଶ ବିରୋଧରେ ଏକ ରାଲିରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତିି ।

ରାଲିରେ ଏକ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିବେ ବୋଲି ଆମ୍ ଆଦମୀ ପାର୍ଟି ଦାବି କରିଛି । ଏଥି ସହ ପୂର୍ବତନ କଂଗ୍ରେସ ନେତା ତଥା ସମାଜବାଦୀ ପାର୍ଟି ସହାୟତାରେ ରାଜ୍ୟସଭା ସାଂସଦ ହୋଇଥିବା କପିଲ ସିବଲ ମଧ୍ୟ ଏହି ରାଲିରେ ଯୋଗଦେବାକୁ ଯାଉଛନ୍ତି । ଏହି ବିଷୟରେ ଟୁଇଟ୍ କରି ଦଳ ତାଙ୍କୁ ଧନ୍ୟବାଦ ଜଣାଇଛି । ୨୦୨୪ ନିର୍ବାଚନ ପାଇଁ କେଜ୍ରିୱାଲ ରଣନୀତି ପ୍ରସ୍ତୁତି ଆରମ୍ଭ କରୁଛନ୍ତି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

You May Also Like

More From Author

+ There are no comments

Add yours