ପୋଲିସକୁ ମାଡ଼ ମାରିବା ଘଟଣା, ୨ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ତିଲେଇମାଲ ଗାଁରେ ତଦନ୍ତକାରୀ ପୋଲିସ ଅଧିକାରୀକୁ ଗ୍ରାମବାସୀଙ୍କ ମାଡ ଘଟଣା । ଆଜି ଭୋର ସକାଳୁ ୨ ଜଣ ଅଭିଯୁକ୍ତକୁ ଉଠାଇ ଆଣିଲା ସୁବଳୟା ପୋଲିସ । ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ସୂଚନା ଦେଲେ ବିରମହାରାଜପୁର ଏସଡିପିଓ । ସୂଚନା ଅନୁସାରେ ବିରମହାରାଜପୁର ଏସଡିପିଓଙ୍କ ନେତୃତ୍ବରେ ଏକ ପ୍ଲାଟୁନ ଫୋର୍ସ ରାତିରେ ତିଲେଇମାଲ ଗାଁକୁ ଯାଇ ୨ ଜଣ ଅଭିଯୁକ୍ତକୁ ଉଠାଇ ଆଣି ଗିରଫ କରିଛି ପୋଲିସ । ତେବେ ଅନ୍ୟ ଅଭିଯୁକ୍ତମାନେ ଗିରଫ ଭୟରେ ଗାଁରୁ ଫେରାର ଥିବା ସୂଚନା ମିଳିଛି । ଏନେଇ ବିରମହାରାଜପୁର ଏସଡିପିଓ ନିଜ କାର୍ଯ୍ୟାଳୟରେ ଖବର ଦେଇଛନ୍ତି । ଦୁଇ ଦିନ ତଳେ ଜମି ଜମା ବିବାଦକୁ ନେଇ ଦୁଇ ଭାଇଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଘଟଣାସ୍ଥଳକୁ ତଦନ୍ତ କରିବାକୁ ଯାଇଥିଲେ ପୋଲିସ ଏଏସଅଇ ଗୌରହରି ମେହେର । ତଦନ୍ତରେ ପକ୍ଷପାତିତା ନେଇ ଗ୍ରାମ ବାସି ଗୋଡେଇ ଗୋଡେଇ ମାଡ ମାରିଥିବା ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ତତ୍ପରତାର ସହ ନେଇ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

You May Also Like

More From Author

+ There are no comments

Add yours