ପୋଲିସ ତଦନ୍ତରେ ଗଲେ, ମାଡ଼ ଖାଇଲେ!

ସୁବର୍ଣ୍ଣପୁର : ତଦନ୍ତରେ ଯାଇଥିବା ପୋଲିସକୁ ଗୋଡାଇ ଗୋଡାଇ ମାଡ ମାରିଲେ ଗ୍ରାମବାସୀ । ଭିଡିଓ ହେଲା ଭାଇରାଲ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମକୁ ତଦନ୍ତରେ ଯାଇଥିବା ଜଣେ ପୋଲିସ ଏଏସଆଇଙ୍କୁ ଗୋଡାଇ ଗୋଡାଇ ଗ୍ରାମବାସୀ ମାଡ ମାରିଥିବା ଅଭିଯୋଗ ହୋଇଛି। ସୁବଳୟା ପୋଲିସ୍ ପକ୍ଷରୁ ମିଳିଥିବା ସୁଚନା ଅନୁସାରେ ତିଲେଇମାଲ ଗ୍ରାମରେ ସୁବାସ ପଧାନ ଓ ରତ୍ନାକର ପ୍ରଧାନଙ୍କ ମଧ୍ୟରେ ଗତ କାଲି ଗଣ୍ଡଗୋଳ ହୋଇଥିଲା। ଏନେଇ ଉଭୟ ପକ୍ଷରୁ ସୁବଳୟା ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତ କରିବାକୁ ସୁବଳୟା ଥାନାର ଏଏସଆଇ ଗୌରହରୀ ମେହେର ଓ ଗ୍ରାମ ରକ୍ଷୀ ରବୀଚନ୍ଦ୍ର ବିଭାର ଏହି ଗ୍ରାମକୁ ଆଜି ଯାଇଥିଲେ । ଉଭୟ ପରିବାରୁ ଡାକି ତଦନ୍ତ କରୁଥିବା ବେଳେ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଗ୍ରାମବାସୀ ଏଏସଆଇ ମେହେରଙ୍କୁ ଆକ୍ରମଣ କରି ମାଡ ମାରିଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଯାଇ ଏଏସଆଇ ମେହେରଙ୍କୁ ଉଦ୍ଧାର କରିଥିଲା । ଏନେଇ ସୁବଳୟା ଥାନାରେ କର୍ତ୍ତବ୍ୟରତ ଜଣେ ପୋଲିସ ଅଧିକାରୀଙ୍କୁ ମାଡ ମାରିଥିବା ଅଭିଯୋଗରେ ଗ୍ରାମର ନେପୁର ପ୍ରଧାନ, ମହାଦେବ ସାହୁ, ପ୍ରଫୁଲ୍ଲ ସାହୁ, ଦୁର୍ଗାପ୍ରସାଦ ପ୍ରଧାନ, ରାଘବ ସାହୁ, ବାଦଲ ପ୍ରଧାନ, ବେଲାରସେନ ହାତୀ ଓ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ୍ ।

You May Also Like

More From Author

+ There are no comments

Add yours