Wed. Oct 14th, 2026

ବାଣପୁର ଠାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।୧୮୩୬ ମସିହା ଜୁନ୍ ପହିଲାରେ ପରାଧୀନ ବାଣପୁରକୁ ଫିରିଙ୍ଗି ଶାସନ ମୁକ୍ତ କରି ତିନିଦିନ ପାଇଁ ସ୍ଵାଧୀନତା ଘୋଷଣା କରି କଳାପାଣି ଦଣ୍ଡ ଭୋଗିଥିବା ବୀର ବିପ୍ଳବୀ, ଦୁର୍ଦ୍ଦଶ ପାଇକ ଶ୍ରେଷ୍ଠ ସହୀଦ କୃତ୍ତିବାସ ପଟଶାଣୀଙ୍କୁ ଜନ୍ମମାଟି ବାଣପୁର ଠାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଚିଲିକା ସାହିତ୍ୟ ସମାଜର ସଭାପତି ଶିକ୍ଷାବିତ କବିବାଳମୁକୁନ୍ଦ ଦାସଙ୍କ ସଭାପତିତ୍ଵରେ ସହୀଦ କୃତିବାସ ଭବନଠାରେ ଆୟୋଜିତ ବାଣପୁର ମୁକ୍ତି ଦିବସ ସମାରୋହ।

ଏଥିରେ ମୁଖ୍ୟ ଅତିଥି ବରିଷ୍ଠ ଓକିଲ ଶରତ କୁମାର ପଟ୍ଟନାୟକ, ମୁଖ୍ୟ ବକ୍ତା ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ସମ୍ମାନିତ ବକ୍ତା କବି ପୁରୁଷୋତ୍ତମ ମହାପାତ୍ର, ସମ୍ମାନିତ ଅତିଥିସମାଜ ସେବୀ ଓ କିଲ ରବୀନ୍ଦ୍ରନାଥ ମାନସିଂ ଯୋଗ ଦେଇଥିଲେ। ବୀର ପ୍ରସବିନୀ ବାଣପୁର ମାଟି ୧୮୧୭ ପ୍ରଥମ ପାଇକ ବିଦ୍ରୋହର ସୁତ୍ର ଧର ବକ୍ସି ଜଗବନ୍ଧୁଙ୍କ ଡାହାଣ ହାତ ଭାଟପଡ଼ାଗଡ଼ ଦଳବେହେରା ବୀର ଶ୍ରୀ ଦୀନବନ୍ଧୁ ମହାରଥା ସାମନ୍ତରାୟ, ଏବଂ ୧୮୩୬ ବିଦ୍ରୋହର ବୀର ବିପ୍ଳବୀ ସହିଦ କୃତିବାସ ପାଟଶାଣୀଙ୍କ ପରି ଦେଶପ୍ରେମୀ ସନ୍ତାନ ଜନ୍ମ କରି ବାଣପୁର ମାଟି ଗର୍ବିତ ବୋଲି ପ୍ରକାଶ କରିଥିଲେ। ମା’ ମାଟି ମଣିଷକୁ ଅତ୍ୟାଚାରୀ ଫିରିଙ୍ଗିମାନଙ୍କ ଶୋଷଣ, କଷଣ ରୁ ମୁକ୍ତି ପାଇଁ ଫିରିଙ୍ଗିସହିତ ଲଢ଼େଇ କରି ବାଣ ପୁରକୁ ତିନି ଦିନ ପାଇଁ ସ୍ଵାଧୀନତା ଘୋଷଣା କରିଥିବା ରକ୍ତିମ ଅଧ୍ୟାୟର ବାଣପୁରର ମହାନାୟକ ସହିଦ କୃତିବାସ ପାଟ୍ଟଶାଣୀଙ୍କୁ ଭାରତର ସ୍ବାଧିନତା ଆନ୍ଦୋଳନକୁ ଇତିହାସ ଯୁଗେ ଯୁଗେ ସ୍ମରଣ କରିବ। ସଂପାଦକ ଅଧ୍ୟାପକ ଲକ୍ଷ୍ମୀଧର ସୁବୁଦ୍ଧି ଅତିଥି ପରିଚୟ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *