Wed. Oct 14th, 2026

ବାହାନଗାରେ ଘଟିଥିବା ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣାରେ ପ୍ରାୟ ୫୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପ୍ରାୟ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ଦକ୍ଷିଣପୂର୍ବ ରେଲୱେ ।ସୂଚନା ଅନୁସାରେ, ପ୍ରଥମେ ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧) ଟ୍ରାକରୁ ବାହାରି ଓଲଟି ପଡ଼ିଥିଲା ।ପରେ ସେହି ବାଟେ ଅତିକ୍ରମ କରୁଥିବା ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟ (୧୨୮୬୪) ମଧ୍ୟ କରମଣ୍ଡଳ ଉପରେ ଚଢ଼ି ଯାଇଥିଲା ।ଗୋଟିଏ ଏକ୍ସପ୍ରେସ୍ ଉପରେ ଆଉ ଗୋଟିଏ ଏକ୍ସପ୍ରେସ୍ ଚଢ଼ିଯିବା ଫଳରେ ଶତାଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଏବେ ସୁଦ୍ଧା ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କୁ ମେଡିକାଲ୍ ନେବା ଲାଗି ୩୦୦ରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଥିବା ବେଳେ ଅଧିକ ଆମ୍ବୁଲାନ୍ସ ଆବଶ୍ୟକ ହେଉଛି । ବସରେ ମଧ୍ୟ ଆହତଙ୍କୁ ମେଡିକାଲ୍ ନିଆଯାଉଛି ।୪୭ ଜଣ ଆହତଙ୍କୁ ବାଲେଶ୍ୱର ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ୧୩୨ ଜଣଙ୍କୁ ଗୋପାଳପୁର, ସୋର ସିଏଚସି ଓ କଣ୍ଟାପଡ଼ା ପିଏଚସିରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଡାକ୍ତରୀ ଦଳ ଉପସ୍ଥିତ ଅଛନ୍ତି । ହାୱଡ଼ା ପାଇଁ ହେଲ୍ପ ଲାଇନ୍ ନମ୍ବର ୦୩୩-୨୬୩୮୨୨୧୭, ଖଡ଼ଗପୁର ହେଲ୍ପଲାଇନ୍ ନମ୍ବର ୮୯୭୨୦୭୩୯୨୫, ୯୩୩୨୩୯୨୩୩୯, ବାଲେଶ୍ୱର ହେଲ୍ପଲାଇନ୍ ନମ୍ବର ୮୨୪୯୫୯୧୫୫୯, ୭୯୭୮୪୧୮୩୨୨, ଶାଲିମାର ହେଲ୍ପ ଲାଇନ୍ ନମ୍ବର ୯୯୦୩୩୭୦୭୪୬ ରହିଛି।

Leave a Reply

Your email address will not be published. Required fields are marked *