ଶବକୁ ଦୁଷ୍କର୍ମ ନୁହେଁ ଅପରାଧ!

ମହିଳାଙ୍କ ମର ଶରୀରକୁ ଦୁଷ୍କର୍ମ କରିବା ଆଇପିସିର ୩୭୬ ଧାରାରେ ଅପରାଧ ନୁହେଁ। କର୍ଣ୍ଣାଟକ ହାଇକୋର୍ଟ ଏହି ରାୟ ଦେଇଛନ୍ତି। ଜଣେ ୨୧ ବର୍ଷର ଝିଅକୁ ହତ୍ୟା କରିବା ପରେ ଯୌନ ନିର୍ୟାତନା ଦେଇଥିବା ଜଣେ ବ୍ୟକ୍ତିକୁ ହାଇକୋର୍ଟ ଏହି ଅଭିଯୋଗରୁ ମୁକ୍ତ କରିଛନ୍ତି। କିନ୍ତୁ ସଂପୃକ୍ତ ଝିଅକୁ ହତ୍ୟା କରିବା ଅଭିଯୋଗରେ ଉକ୍ତ ବ୍ୟକ୍ତି ଜଣକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ହତ୍ୟା ମାମଲାରେ ତଳ କୋର୍ଟ ଦେଇଥିବା ଆଜୀବନ ଜେଲଦଣ୍ଡକୁ ହାଇକୋର୍ଟ କାଏମ ରଖିଛନ୍ତି।ତୁମକୁର ଜିଲ୍ଲାରେ ୨୦୧୫ ମସିହାରେ ହୋଇଥିବା ଏହି ଅପରାଧ ମାମଲାରେ ତଳ କୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ହାଇକୋର୍ଟ ଶୁଣାଣି କରି ଏହି ରାୟ ଦେଇଛନ୍ତି।ବିଚାରପତି ବି ବୀରାପ୍ପା ଏବଂ ଭେଙ୍କଟେଶ ନାଏକଙ୍କୁ ଗଠିତ ଖଣ୍ଡପୀଠ କହିଛନ୍ତି ଜଣେ ମହିଳାଙ୍କର ମର ଶରୀରରେ ଦୁଷ୍କର୍ମ ଆଇପିସି ଅଧୀନରେ ଦୁଷ୍କର୍ମ କିମ୍ବା ଅପ୍ରାକୃତିକ ଅପରାଧ ବୋଲି ବିଚାର କରାଯିବ ନାହିଁ। ମରଶରୀରରେ ଦୁଷ୍କର୍ମକୁ ଅପରାଧ ଭାବେ ବିବେଚନା କରିବା ପାଇଁ ଆଇପିସିର ଧାରା ୩୭୭ରେ ସଂଶୋଧନ କରିବା କିମ୍ବା ଏକ ପୃଥକ ଦଣ୍ଡବ୍ୟବସ୍ଥା କରିବା ପାଇଁ ସରକାରଙ୍କ ନିକଟରେ ଖଣ୍ଡପୀଠ ଆଗ୍ରହ ପ୍ରକାଶ କରିଛନ୍ତି। ଆଇପିସିର ଧାରା ୩୭୫ ଏବଂ ୩୭୭କୁ ଅନୁଶୀଳନ ପରେ ଏକ ସ୍ପଷ୍ଟ ହେଲା ଯେ ମରଶରୀରକୁ ମଣିଷ କିମ୍ବା ବ୍ୟକ୍ତି କୁହାଯାଇ ପାରିବ ନାହିଁ। ତେଣୁ ଆଇପିସିର ଧାରା ୩୭୫ କିମ୍ବା ୩୭୭ ଲାଗି ପାରିବ ନାହିଁ।

You May Also Like

More From Author

+ There are no comments

Add yours