ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟଙ୍କ ବିଭିନ୍ନ ଠିକଣାରେ ଆଇଟି ରେଡ୍

ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ବିଭିନ୍ନ ଠିକଣାରେ ଆଇଟି ରେଡ୍ । ଟ୍ୟାକ୍ଟ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଏକ କାଳୀନ ଏହି ରେଡ୍ କରାଯାଉଛି । ଆଜି ସକାଳୁ ଯୋଡ଼ା ସାଇ ମନ୍ଦିର ନିକଟସ୍ଥ ବାସ ଭବନ ଓ ବନେଇକଳା ଛକରେ ଥିବା ଖଣି କାର୍ଯ୍ୟାଳୟରେ ଆୟକର ବିଭାଗର ଅଧିକାରୀମାନେ ପହଞ୍ଚି କଡ଼ା ସୁରକ୍ଷା ବଳୟ ଭିତରେ ଚଢ଼ାଉ ଜାରି ରଖିଛନ୍ତି । ଜିତୁଙ୍କ ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ନେଣଦେଣକୁ ନେଇ ଛାନାଭିନ କରୁଛି ଆୟକର ବିଭାଗ । ତେବେ ଆଇଟି ବିଭାଗ ଚଢ଼ାଉ ଜାରି ରଖିଥିଲାବେଳେ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଭିତରକୁ ଯିବାପାଇଁ ଅନୁମତି ଦିଆଯାଉନାହିଁ କିମ୍ବା ଚଢ଼ାଉ ସମ୍ପର୍କରେ କୌଣସି ସୂଚନା ଦେଉନାହାନ୍ତି ଆୟକର ଅଧିକାରୀ । ଏ ବାବଦରେ ଜିତୁଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରିନାହିଁ ।

You May Also Like

More From Author

+ There are no comments

Add yours