ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଉ କିଛି ଦିନ ପରେ ଅନୁଷ୍ଠିତ ହେବାକୁ ଯାଉଛି। ଧଳା ଜହର (ବ୍ରାଉନସୁଗାର) ଭଳି କ୍ଷତିକରକ ନିଶାରେ ପୁରୀ ସହରର ଅନେକ କଲେଜ ପଢା ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀ। ସେମାନେ ଏ ଧଳା ଜହରର ସେବନରେ ବୁଡି ରହିବା ସହ ବ୍ଲେଡ ଭଳି ଧାରୁଆ ଅସ୍ତ୍ରରେ ନିଜର କ୍ଷତି କରିବାକୁ ମଧ୍ୟ ପଛାଉ ନାହାନ୍ତି । ନିଶା ସେବନ କରିବା ପରେ ଆସାମଜିକ କାର୍ଯ୍ୟରେ ମଧ୍ୟ ଲିପ୍ତ ରହୁଛନ୍ତି ଏବଂ ନିଶା ସେବନ ପାଇଁ ଚୋରି କରିବାକୁ ମଧ୍ୟ ପଛାଉ ନାହାନ୍ତି। ଏହି ନିଶା କରବାରରେ ବହୁତ ବଡ଼ ବଡ଼ ଶକ୍ତିଶାଳୀ ଲୋକଙ୍କ ପ୍ରଛର୍ଣ୍ଣ ହାତ ରହୁଛି। ନିଶା ବେପାରରେ ବହୁତ ମହିଳାମାନେ ନିଶା ବିକିବାକୁ ଆରମ୍ଭ କଲେଣି କାରଣ ତାଙ୍କ ପାଖରେ ରୋଜଗାର ନଥିବା ଯୋଗୁ ସେମାନେ ଏହି ବେପାରରେ ଲିପ୍ତ ହେବାକୁ୍ ବାଧ୍ୟ୍ୟ ହେଉଛନ୍ତି ବୋଲି ଜିଲ୍ଲା ଯୁବ ସଭାପତି ଶ୍ରୀ ଅଂଶୁମାନ ଶତପଥୀ କହିଛନ୍ତି। ଆମ ପୋଲିସ କେବଳ ଛୋଟ ଛୋଟ ନିଶା ବେପାରୀମାନଙ୍କୁ ଧରି ବାଃ ବାଃ ନେବାକୁ ଲାଗିଛନ୍ତି କିନ୍ତୁ ପୋଲିସ ବାବୁମାନେ କିପରି ଆମ ଜିଲ୍ଲାକୁ ଏ ଧଳାଜହର ଆସୁଛି ତାହାର ସନ୍ଧାନ କାହିଁକି କରୁନାହାନ୍ତି। ଆଗକୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲକ୍ଷ୍ୟ ଲକ୍ଷ୍ୟ ଲୋକଙ୍କ ସମାଗମ ହେବ। ପୁରୀ ଏକ ପର୍ଯ୍ୟଟନ ଓ ଧାର୍ମିକ ସହରରୁ ଧଳା ଜହର ସହର ରୂପେ ପରିଣତ ହେବାକୁ ଯାଉଛି।

“ପବିତ୍ର ପୁରୀ ଗର୍ବ ଆମରି” କେବଳ ନାମକୁ ମାତ୍ର ବିଜ୍ଞ୍ୟାପନରେ ରହିଯିବ ବୋଲି ଜିଲ୍ଲା ଯୁବ ଉପସଭାପତି ଶ୍ରୀ ସୁଧାଂଶୁ ଶେଖର ନାଏକ କହିଛନ୍ତି। ପୁରୀ ଜିଲ୍ଲାର ବଡ଼ ବଡ଼ ଲୋକମାନଙ୍କର ଏଥିରେ ହାତ ରହୁଥିବାରୁ ତଦନ୍ତ ନିରପେକ୍ଷ ହେଉନାହିଁ। ପୋଲିସ ଯଦି ଏଥିପ୍ରତି ସତର୍କ ନହେବ ତାହାଲେ ବହୁତ ଛାତ୍ରଛାତ୍ରୀଙ୍କର ଜୀବନ ନଷ୍ଟ ହେବା ସହ ତାଙ୍କ ପରିବାର ନଷ୍ଟ ହୋଇଯିବାର ଆଶଙ୍କା ମନେହଉଛି ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଜନ୍ମେଞ୍ଜୟ ଜେନା କହିଛନ୍ତି।

ଛୋଟ ନିଶା ବେପାରୀମାନଙ୍କ ଉପରେ ଚଢ଼ାଉ କରିବା ସହ ଏ ଧଳା ଜହର କିପରି ଆମ ଜିଲ୍ଲା ଓ ସହରକୁ ଆସୁଛି ତାହା ବିଷୟରେ ତଦନ୍ତ କରିବା ସହ ସଂପୂର୍ଣ୍ଣ ନିଶା ମୁକ୍ତ ପୁରୀ କରିବେ ବୋଲି ଅନୁରୋଧ କରାଯାଉଛି । ନଚେତ୍ ଆମ୍ ଆଦ୍ମୀ ପାର୍ଟି ତରଫରୁ ଦୃଢ଼ ବିରୋଧ କରାଯିବା ସହ ଆନ୍ଦୋଳନ କରିବା ପାଁଈ ମଧ୍ୟ ପଛାଇବୁ ନାହିଁ ବୋଲି କୁହାଯାଇଛି। ଆଜିର କାର୍ଯ୍ୟକ୍ରମ ରେ ଜିଲ୍ଲା ଯୁବ ସଭାପତି ଅଂଶୁମାନ ଶତପଥୀ, ଜିଲ୍ଲା ଯୁବ ଉପସଭପତି ସୁଧାଂଶୁ ଶେଖର ନାଏକ, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଜନ୍ମେଞ୍ଜୟ ଜେନା, ପ୍ରଦୀପ ପ୍ରଧାନ, ଶ୍ୟାମସୁନ୍ଦର ମହାପାତ୍ର ଶର୍ମା, ବିକ୍ରମ ବେହେରା, ପ୍ରହ୍ଲାଦ ସୁତାର, ପ୍ରମୁଖ ଉପସ୍ଥିତ ଥିଲେ।