ଜଗତ ଜନନୀ ପରମ ବୈଷ୍ଣବୀ ଶାକମ୍ବରୀ ଅଗ୍ନି ସ୍ବରୂପା ମାଆ ହେଙ୍ଗୁଳା। ମାତଲାପୁର ଗ୍ରାମର ଅଧିଷ୍ଠାତ୍ରୀ ମା ହେଙ୍ଗୁଳା ହେଉଛନ୍ତି ଶ୍ରୀମନ୍ଦିର ରୋଷଘରର ଅଧିଷ୍ଠାତ୍ରୀ ଦେବୀ। ତେଣୁ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ସହ ମାଆ ହେଙ୍ଗୁଳାଙ୍କର ସଂପର୍କ ରହିଛି। ଶାରଦୀୟ ବାସନ୍ତିକ ପର୍ବରେ ମାଆଙ୍କର ଲାଗି ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ବସ୍ତ୍ର ମହାପ୍ରସାଦ ଦେଇଥାନ୍ତି । ପ୍ରତ୍ଯହ ସରପୁଳି ମହାପ୍ରସାଦ ମାଆଙ୍କୁ ଲାଗି ହୁଏ। ଏହି ସଂପର୍କକୁ ଦୃଢ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ରଥର ଗୋଟିଏ ଚକ ନିଶୁକ୍ଳ ଭାବେ ହିଙ୍ଗୁଳା ପୀଠକୁ ପ୍ରଦାନ କରିଛନ୍ତି। ମଙ୍ଗଳବାର ପ୍ରଶାସନଠାରୁ ଚକ ଗ୍ରହଣ କରି ବଡଦାଣ୍ଡ ଦେଇ ମାତଲାପୁର ମାଆ ହେଙ୍ଗୁଳାଙ୍କ ପୀଠକୁ ଏକ ଆଧ୍ଯାତ୍ମିକ ଶୋଭାଯାତ୍ରାରେ ଆନୟନ ହୋଇଛି।ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଯୋଗଦାନ କରିଥିବା ବେଳେ ମତଲା ପୁର ସଭାପତି ମନୋରଂଜନ ରାୟ ସମସ୍ତ କାର୍ଯ୍ୟକୁ ସୁରୁଖୁରୁରେ ସମାପନ କରିଥିଲେ । ଏକ ବନାଧ୍ୟ ପରିବେଶରେ ଗୁଣ୍ଡିଚା ମନ୍ଦିରରୁ ଏହି ରଥ ଚକ ବାହାରି ହିଙ୍ଗୁଳା ପୀଠକୁ ଯାଇଥିଲା ।ଏଥିରେ ହଜାର ହଜାର ଭକ୍ତ ଯୋଗଦାନ କରି ରଥ ଚକ ସହ ହିଙ୍ଗୁଳା ପୀଠକୁ ଯାତ୍ରା ଆରମ୍ଭ କରିଥିଲେ ।