Wed. Oct 14th, 2026

ମହାପ୍ରଭୁଙ୍କ ରଥ ନିର୍ମାଣରେ ଲାଗିଛନ୍ତି ରଥ ନିର୍ମାଣକାରୀ ସେବକ। ରଥଖଳାରେ ତିନିରଥର ମହାରଣା ମାନଙ୍କ ଦ୍ୱାରା ଗରଗରା, ଚଉଦ ନାହାକା, ଚାରି ନାହାକା ଏବଂ ପାଞ୍ଚ ଦଣ୍ଡା ନିର୍ମାଣ ଆଗେଇ ଚାଲିଥିବା ବେଳେ ତିନି ରଥର ରୂପକାର ସେବକଙ୍କ ଦ୍ଵାରା କୋଣ ଗୁଜ ଏବଂ ସାଲ ଗୁଜରେ ନୃସିଂହ ରୂପ ଖୋଦେଇ ଜାରି ରଖିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକମାନେ ତିନି ରଥର ଦଣ୍ଡା କଣ୍ଟା ନିର୍ମାଣ ଶେଷ କରି ତିନି ରଥର ଯୋଖା କଣ୍ଟା ନିର୍ମାଣ କରୁଛନ୍ତି। ତାଳଧ୍ୱଜ ରଥର ଦୁଇଟି ଗରଗରାର ନିର୍ମାଣ ଗତ କାଲି ଠାରୁ ଶେଷ ହୋଇଥିଲେହେଁ, ଦୋୟ ଗରଗରାରେ ଉଭୟ ପାର୍ଶ୍ୱ ବିନ୍ଧ କାର୍ଯ୍ୟ ଜାରୀ ରହିଛି । ତାଳଧ୍ୱଜ ରଥର ତିନି ଗୋଟି ଚାରି ନାହାକର ନିର୍ମାଣ ଶେଷ ହୋଇ ଚତୁର୍ଥ ଚାରି ନାହାକାର ଚଉପଟ କାର୍ଯ୍ୟ ଶେଷ ହୋଇଛି। ତାର ଆଠ କୋଣି କାର୍ଯ୍ୟ ବାକି ରହିଛି । ତାଳଧ୍ୱଜ ରଥର ୧୧ ଗୋଟି ଚଉଦ ନାହାକା ନିର୍ମାଣ ଜାର୍ଯ୍ୟ ଶେଷ ହୋଇଛି। ବାକି ତିନି ଗୋଟି ଚଉଦ ନାହାକାର ନିର୍ମାଣ କାର୍ଯ୍ୟ ଜାରୀ ରହିଛି। ତାଳଧ୍ୱଜ ରଥର ତିନି ଗୋଟି ଦଣ୍ଡାର ନିର୍ମାଣ ଶେଷ ହୋଇ ଆଉ ଦୁଇଟି ଦଣ୍ଡାର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହ ତାଳଧ୍ୱଜ ରଥର ଦୁଇ ଦୁଇଟି ପାର୍ଶ୍ୱ ଦଣ୍ଡାରୁ ଗୋଟିକର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି। ଦର୍ପଦଳନ ରଥର ଦୁଇଟି ଗରଗରାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା।ଦୁଇଟି ଗରଗରା ର ଉଭୟ ପାର୍ଶ୍ୱରେ ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ଦର୍ପଦଳନ ରଥ ର ତିନି ଗୋଟି ଚାରି ନାହାକା ନିର୍ମାଣ ଶେଷ ହୋଇ ଚତୁର୍ଥ ଚାରି ନାହାକାଟିର ଚଉପଟ କାର୍ଯ୍ୟ ଶେଷ ହୋଇ ତାର ଆଠ କୋଣି କାମ ବାକି ରହିଛି। ରଥର ୧୨ ଗୋଟି ଚଉଦ ନାହାକାର ନିର୍ମାଣ ଶେଷ ହୋଇଅଛି। ଆଉ ଦୁଇଟିର ନିର୍ମାଣ ଶେଷ ପର୍ଯ୍ୟାୟରେ।ଦର୍ପଦଳନ ରଥର ତିନି ଗୋଟି ପାଞ୍ଚ ଦଣ୍ଡା ନିର୍ମାଣ ଶେଷ ହୋଇଥିଲା ଆଉ ଦୁଇଟିର ଚଉପଟ କାର୍ଯ୍ୟ ଜାରୀ ରହିଥିବା ସହ ଦୁଇଟି ପାର୍ଶ୍ୱ ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଅଛି। ନନ୍ଦିଘୋଷ ରଥର ଦୁଇଟି ଗରଗରା ର ନିର୍ମାଣ କାର୍ଯ୍ୟ ପ୍ରଥମେ ଶେଷ ହୋଇ ଥିଲା, ତାର ଉଭୟ ପାର୍ଶ୍ୱରେ ବିନ୍ଧ କାର୍ଯ୍ୟ ମଧ୍ୟ ଶେଷ ହୋଇଅଛି। ନନ୍ଦିଘୋଷ ରଥର ଦୁଇଟି ଚାରି ନାହାକ ନିର୍ମାଣ ଶେଷ ହୋଇଥିଲା , ଆଉଗୋଟିଏ ଚାରି ନାହାକାର ନିର୍ମାଣ ଶେଷ ହୋଇ ଶେଷ ଚାରି ନାହାକାର ଚଉପଟ କାର୍ଯ୍ୟ ଶେଷ ହୋଇଛି, ତାର ଆଠ କୋଣି ଆଂଶ କାର୍ଯ୍ୟ ବାକି ରହିଛି। ନନ୍ଦିଘୋଷ ରଥର ପ୍ରଥମ ପର୍ଯ୍ୟାୟରେ ୮ ଗୋଟି ଚଉଦ ନାଗାକା ଶେଷ ହୋଇ ବାକି ୬ ଟିର ନିର୍ମାଣ କାର୍ଯ୍ୟ ଜାରୀ ରହିଥିଲା ନିର୍ମାଣ କାର୍ଯ୍ୟ ଶେଷ ସୁଦ୍ଧା ସମସ୍ତ ଚଉଦ ନାହାକାର ନିର୍ମାଣ ଶେଷ ହୋଇଅଛି ।ନନ୍ଦିଘୋଷ ରଥର ଆଜି ସୁଦ୍ଧା ୪ ଗୋଟି ଦଣ୍ଡାର ନିର୍ମାଣ କାର୍ଯ୍ୟ ଶେଷ ହୋଇ ଅଞ୍ଚମ ଦଣ୍ଡାର ଚଉପଟ କାର୍ଯ୍ୟ ଜାରୀ ରହିଥିବା ସହ ଗୋଟିଏ ପାର୍ଶ୍ୱ ଦଣ୍ଡାର ଚଉପଟ ପାଇଁ ଚିତା କାର୍ଯ୍ୟ ଆରମ୍ଭ ହୋଇଛି। ତିନିରଥର ରୂପକାର ସେବକ ମାନେ ତିନି ରଥର କୋଣ ଗୁଜ ବା ସାଲ ଗୁଜ ଏବଂ ତିଖ ଗୁଜ ଗୁଡିକରେ ରୂପ ଖୋଦେଇ ସହ ଅଳଙ୍କାର ତଥା ପଲିସ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥର ଶେଷ ଦୁଇଟି ଲେଖାଁଏ ତିଖ ଗୁଜରେ ରୂପ ଖୋଦେଇ କାର୍ଯ୍ୟ ଜାରୀରହିଛି।ଦୋଳବେଦୀ ଠାରେ ନନ୍ଦି ଘୋଷ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ କରତି ସେବକ ମାନେ ଶେଷ କରିଛନ୍ତି। ତିନିରଥର ଓଝା ସେକକ ମାନେ ତିନିରଥ ପାଇଁ ଆବଶ୍ୟକ ଦଣ୍ଡା ବିଡ଼ିଆ, ଅଗ ପାତେଳିରୁ ମୋଟ ୨୩୧ ଗୋଟି କଣ୍ଟା ନିର୍ମାଣ ଶେଷ କରି ତିନି ରଥର ଯୋଖା କଣ୍ଟା ନିର୍ମାଣ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *