Wed. Oct 14th, 2026

ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ଏବଂ ସାତପଡ଼ା ଅବକାରୀ ଥାନା ଅଧିକାରୀ ଶ୍ରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ ସଦର ଥାନା ଅଧୀନ ହଳଦିଆ ଛକରେ ଚଢ଼ାଉକରୀ ଜଣେ ଅଭିଯୁକ୍ତକୁ ବେଆଇନ ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଜଣକ ପୁରୀ ଆମ୍ବପଡା ଅଞ୍ଚଳର ୨୬ ବର୍ଷୀୟ ତ୍ରିଲୋଚନ ରାଉତ ବୋଲି ସୂଚନା ମିଳିଛି। ୭୫ ଗ୍ରାମ ବ୍ରାଉନ ସୁଗାର ଜବତ କରି ସାତପଡ଼ା ଅବକାରୀ ଥାନା କେସ ନଂ-୨୩/୨୩-୨୪ ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଇଛି। ଜବତ ବ୍ରାଉନ ସୁଗାରର ଅନୁମାନିକ ମୂଲ୍ୟ ପ୍ରାୟ ୭ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ। ଏହି ଚଢ଼ାଉରେ ସବ ଇନ୍ସପେକ୍ଟର ରଙ୍କନିଧି ମଲ୍ଲିକ, ଏଏସଆଇ ପୂର୍ଣ୍ଣଚନ୍ଦ୍ର ନାୟକ, ସଂଜିପ ହସ୍ତୀ, ପ୍ରବୀଣ ବିରାଜ କିରୋ, ଜ୍ୟୋତିସ୍ମିତା ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *