Wed. Oct 14th, 2026

ସ୍କୁଲ୍ ଚାକିରି ଦୁର୍ନୀତି ମାମଲାରେ ପଚରା ଉଚରା ନିମନ୍ତେ ‘ତୃଣମୂଳ କଂଗ୍ରେସ’ ସାଂସଦ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଆଜି ସକାଳେ କୋଲ୍କାତାସ୍ଥିତ ‘ସିବିଆଇ’ କାର୍ୟ୍ୟାଳୟରେ ହାଜର ହୋଇଥିଲେ। ତେବେ ଏନେଇ ଅଭିଷେକ ଟ୍ୱିଟ୍ କରି କହିଛନ୍ତି ଯେ, ବିଷୟ ଯାହା ହେଉନା କାହିଁକି, ମୁଁ ଲୋକଙ୍କ ସେବା କରିବାକୁ ଚେଷ୍ଟା ଜାରି ରଖିବି ଜ୍ଝ ସେହିପରି ଅଭିଷେକ ଚ୍ୟାଲେଞ୍ଜ କରିଛନ୍ତି ଯେ ତାଙ୍କ ବିରୋଧରେ ଦୁର୍ନୀତିର କୌଣସି ପ୍ରମାଣ ଥିଲେ ଗିରଫ କରନ୍ତୁ ଜ୍ଝ ସେ କହିଛନ୍ତି ଯେ ପଶ୍ଚିମବଙ୍ଗରେ ଅନେକ ମାମଲାର ସିବିଆଇ ତଦନ୍ତ କରୁଛି ଜ୍ଝ ଯଦି ମୋ ବିରୁଦ୍ଧରେ ଦୁର୍ନୀତିର କୌଣସି ପ୍ରମାଣ ଅଛି, ମୋତେ ଗିରଫ କରନ୍ତୁ ଜ୍ଝ କଲିକତା ହାଇକୋର୍ଟର ଏକ ବେଞ୍ଚ ଶୁକ୍ରବାର ଦିନ ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଏକକ ବେଞ୍ଚ ଆଦେଶକୁ ଚ୍ୟାଲେଞ୍ଜ କରିଥିବା ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଥିଲେ ।ଆଜି ପୂର୍ବାହ୍ନରେ ଅଭିଷେକ୍ ଗାଡ଼ି ଚଳାଇ ନିଜାମ ପାଲେସ୍ସ୍ଥିତ ‘ସିବିଆଇ’ କାର୍ୟ୍ୟାଳୟରେ ପହଞ୍ଚି ଏହି ମାମଲାର ତଦନ୍ତ ଦାୟିତ୍ବରେ ଥିବା ଅଫିସର୍ମାନଙ୍କୁ ଭେଟିଥିଲେ। ଅଭିଷେକଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଇ ସେ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।‘ସିବିଆଇ’ କାର୍ୟ୍ୟାଳୟରେ ପହଞ୍ଚିବା ପାଇଁ ତାଙ୍କୁ ମେ ୧୯ ତାରିଖ ଦିନ ନୋଟିସ୍ ଦିଆଯାଇଥିଲା। ଏତେ କମ୍ ସମୟ ଦିଆଯାଇଥିବାରୁ ବାଙ୍କୁଡ଼ାରେ ‘ତୃଣମୂଳ କଂଗ୍ରେସ’ର ‘ନବ ଜୁଆର ଯାତ୍ରା’ରେ ଯୋଗ ଦେଇଥିବା ଅଭିଷେକ ଶୁକ୍ରବାର ରାତିରେ ହିଁ କୋଲ୍କାତା ପ୍ରତ୍ୟାବର୍ତ୍ତନ କରିବାକୁ ସ୍ଥିର କରିଥିଲେ।ଯଦି ସେ ଦୁର୍ନୀତି କରିଛନ୍ତି ବୋଲି ପ୍ରମାଣ ଅଛି ତାଙ୍କୁ ଗିରଫ କରାଯାଉ ବୋଲି ପୂର୍ବରୁ ବାନାର୍ଜୀ ‘ସିବିଆଇ’କୁ ଆହ୍ବାନ ଦେଇଥିଲେ। ଦୋଷୀ ସାବ୍ୟସ୍ତ ହେଲେ ନିଜେ ଫାଶୀ ଲଗାଇ ମରିବେ ବୋଲି ମଧ୍ୟ ସେ ବିଚାର ବିଭାଗ ଓ ତଦନ୍ତକାରୀ ଏଜେନ୍ସିଙ୍କ ଉଦ୍ଦେଶ୍ୟରେ କହିଛନ୍ତି।ଏହା ପୂର୍ବରୁ ଆଜି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ମଧ୍ୟ ସୁଜୟକୃଷ୍ଣ ଭଦ୍ରାଙ୍କ ବେହାଲାସ୍ଥିତ ବାସଭବନରେ ଚଢ଼ଉ କରିଥିଲା। ଏହି ଦୁର୍ନୀତି ମାମଲାରେ ‘କାଳୀଘାଟର ଦାଦା’ ଭାବେ ସୁପରିଚିତ ଭଦ୍ରା ‘ତୃଣମୂଳ କଂଗ୍ରେସ’ର ବହୁ ବିଶିଷ୍ଟ ନେତାମାନଙ୍କ ସହିତ ସମ୍ପୃକ୍ତ ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟର ଜଣେ ଅଧିକାରୀ କହିଛନ୍ତି।ଶିକ୍ଷକ ନିଯୁକ୍ତି ଘୋଟାଲାରେ ସିବିଆଇ, ଇଡି ପରି ଏଜେନ୍ସି ତାଙ୍କୁ ପଚରାଉଚରା କରିପାରିବେ ବୋଲି ଅନୁମତି ଦେଇଥିଲେ ହାଇକୋର୍ଟ । ଏହାପରେ ଆଜି ତାଙ୍କୁ ହାଜର ହେବାକୁ ନୋଟିସ ଜାରି କରାଯାଇଥିଲା। ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତ ମାମଲା ୨୦୧୪ ମସିହାର ବୋଲି ଜଣାଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ୨୦୧୬ରେ ପାର୍ଥ ଚାଟାର୍ଜୀ ଶିକ୍ଷା ମନ୍ତ୍ରୀ ଥିବା ବେଳେ ଆରମ୍ଭ ହୋଇଥିବା ବେଳେ ସେଥିରେ ବ୍ୟାପକ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଥିଲା।କମ୍ ନମ୍ବର ରଖିଥିବା ପ୍ରାର୍ଥି ନିଯୁକ୍ତି ପାଇଥିବା ବେଳେ ଅଧିକ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ସୁଯୋଗ ମିଳିନଥିଲା। ଏହି ଘଟଣାର ଏବେ ସିବିଆଇ ଘନ ଘନ ଜେରା କରୁଛି। ସିବିଆଇର ଏପରି ଘନ ଘନ ଜେରାକୁ ନାପସନ୍ଦ କରିଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ବିଜେପି ନିଜ ଯାଞ୍ଚ ଏଜେନ୍ସିର ଦୂରୁପଯୋଗ କରି ତାଙ୍କ ଦଳ ତଥା ପରିବାର ସଦସ୍ୟଙ୍କୁ ହଇରାଣ କରୁଥିବା ଅଭିଯୋଗ ଆଣିଛନ୍ତି ମମତା ।

Leave a Reply

Your email address will not be published. Required fields are marked *