ନନ୍ଦପୁର ପୋଲିସ କାଲି ରାତିରେ ଏକ ଅନ୍ତରାଜ୍ୟ ଗଞ୍ଜେଇ ଚାଲାଣ ଦଳକୁ ଧରିବାରେ ସଫଳ ହୋଇଛି। କୋରାପୁଟ ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦେଶ କ୍ରମେ ଏସଡିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏସଆଇ, ବେଦବର ସାହୁ, ଏସ ଆଇ ଦୀପ୍ତି ଧାରୁଆ, ଏସଆଇ ପରମାନନ୍ଦ ଭକ୍ତ, ଓ ପୋଲିସ ଟିମ ନନ୍ଦପୁର ଆଇ ବି. ଛକରେ ନାକାବନ୍ଦୀ କରି ଏକ ଏମଏଚ୍୨୫ ଆର୍ ୬୬୫୦ ନମ୍ବର ଥିବା ସ୍କୋର୍ପିଓ ଗାଡି କୁ ଅଟକାଇ ଯାଞ୍ଚ କରିଥିଲେ।

ଗାଡ଼ିରେ ୫ ଟି ଜରି ବସ୍ତା ରେ ଗଞ୍ଜେଇ ଭର୍ତ୍ତି ଥିବା ଦେଖି ଗାଡି କୁ ଜବତ କରିବା ସହ ଗାଡ଼ିରେ ଥିବା ୪ ଜଣକୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ମାନେ ହେଲେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ର ହରିଶ୍ଚନ୍ଦ୍ର ଗୋଲରି, ମହାରାଷ୍ଟ୍ର ରାଜ୍ୟ ଆମରାବତୀର ଅଭିଜିତ ବୈଦ୍ୟ, ସ୍ୱପ୍ନିଳ ସିନ୍ଧେ ଓ ବିକ୍ରମ ସାନନ ବୋଲି ପୋଲିସ ତଦନ୍ତ ରେ ଜଣାପଡିଛି। ଏହି ଗଞ୍ଜେଇ ୧୫୪. ୪୦୦ କେଜି ବୋଲି ଓଜନ ରେ ଜଣାପଡିଛି। ଏହି ଗଞ୍ଜେଇ ଆନ୍ଧ୍ରରୁ ମହାରାଷ୍ଟ୍ର ରାଜ୍ୟକୁ ଚାଲାଣ ହେଉଥିବା ଏସଡିପିଓ, ସଞ୍ଜୟ କୁମାର ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ! କେସ ନମ୍ବର ୫୬/୬୩ ଅନୁସାରେ ଆଇଆଇସି ପ୍ରଫୁଲ୍ଲ ଲାକ୍ରା ତଦନ୍ତକାରି ଅଢିଜାରୀ ଭାବେ ତଦନ୍ତ କରି ଏନଡି ପିଏସ ମାମଲା ରୁଜୁ କରି ଆଜି ଚାରି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।
