୨୪ ଯାଏଁ ଗରମରୁ ନାହିଁ ନିସ୍ତାର, ୪ଦିନ କାଳବୈଶାଖୀ ସମ୍ଭାବନା

ଶବ୍ଦ ଓଡିଶା ବ୍ୟୁରୋ: ଅସହ୍ୟ ତାତିରେ କଲବଲ ହେଉଛି ସାରା ଓଡିଶା । ପାଣିପାଗ ବିଭାଗର ଆକଳନ ୨୪ ଯାଏଁ ଗରମରୁ ନିସ୍ତାର ନାହିଁ । ଆଗାମୀ ୪ଦିନ ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା, ହେଲେ କମିବନି ତାତି ବୁଧବାରଠୁ ତାପମାତ୍ରାରେ ହେବ ପରିବର୍ତ୍ତନ । ପଶ୍ଚିମା ଝଡ ପ୍ରଭାବରେ ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି ।
ଉତ୍ତର-ପଶ୍ଚିମ ଭାରତକୁ ପଶ୍ଚିମା ଝଡ଼ ପ୍ରଭାବିତ କରିବା ଫଳରେ ଓଡ଼ିଶାରେ ୨୪ ତାରିଖ ପରେ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବ । ଅନ୍ୟପଟେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଆଣ୍ଡାମାନ ସାଗର ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର କିଛି ଅଂଶକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବାକୁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

You May Also Like

More From Author

+ There are no comments

Add yours