Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ବଲାଙ୍ଗିର ରାଜ ପରିବାର ନାଁରେ ଡେରାଡୁନ୍ ରାଜପୁର ଥାନାରେ ପାରିବାରିକ ହିଂସା ମାମଲା ରୁଜୁ ହୋଇଛି । ଅଦ୍ରିତାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ସ୍ୱାମୀ ଅର୍କେଶ ସିଂହଦେଓ, ଶ୍ୱଶୁର ଅନଙ୍ଗ ଉଦୟ, ଶାଶୁ ବିଜୟଲକ୍ଷ୍ମୀ, ଦେଢ଼ଶୁର କଳିକେଶ ଓ ଯାଆ ମେଘନାଙ୍କ ନାଁରେ ମାମଲା ରୁଜୁ କରିଛି।

ଗତ ୨୦୧୭ ମସିହା ନଭେମ୍ବର ୨୩ ତାରିଖରେ ଅଦ୍ରିଜାଙ୍କୁ ଅର୍କେଶ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବିବାହ ପରେ ଉଭୟ ଡେରାଡୁନରେ ଥିବା ନିଜ ବଙ୍ଗଳାରେ ରହୁଥିଲେ। ହେଲେ ବିବାହର କିଛି ଦିନ ପରେ ଉଭୟଙ୍କ ଭିତରେ ଝଡ଼ ସୃଷ୍ଟି ହୋଇଥିଲା। ଯୌତୁକ ପାଇଁ ଅଦ୍ରିଜାଙ୍କୁ ନିର୍ଯାତନା ଦିଆଯାଉଥିଲା। ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଉଥିଲେ। ଏପରିକି ମାରିଦେବାକୁ ସୁପାରି ଦେଇଥିବା ଅଦ୍ରିଜା ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *