ଆଜି ଓଡ଼ିଶା ଆସୁଛନ୍ତି ରାଜ୍ୟପାଳ, ରାଜ୍ୟ ମନ୍ତ୍ରିମଣ୍ଡଳର ହେବ ପୁନର୍ଗଠନ

ଶବ୍ଦ ଓଡିଶା ବ୍ୟୁରୋ: ସୋମବାର ହେବ ମନ୍ତ୍ରିମଣ୍ଡଳର ପୁର୍ନଗଠନ । ସୋମବାର ଲୋକସେବା ଭବନରେ ଏହି ଶପଥଗ୍ରହଣ ଉତ୍ସବ ହେବ । ଏଥିପାଇଁ ରାଜ୍ୟପାଳ ଗଣେଶୀଲାଲ ଆଜି ଭୁବନେଶ୍ୱର ଫେରୁଛନ୍ତି । ଏପଟେ କେଉଁ କେଉଁ ମନ୍ତ୍ରୀ ଶପଥ ନେବେ ଓ କାହାର ବିଭାଗ ବଦଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଗତ ଶୁକ୍ରବାରଦିନ ମନ୍ତ୍ରିମଣ୍ଡଳରୁ ସମୀର ଦାସ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ସେହିଭଳି ବାଚସ୍ପତି ବିକ୍ରମ କେଶରୀ ଆରୁଖ ବି ଇସ୍ତଫା ଦେଇଥିଲେ । ଏହାପରେ ମନ୍ତ୍ରିମଣ୍ଡଳ ପୁର୍ନଗଠନ ହେବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ।
ରାଜ୍ୟପାଳ ଛୁଟିରେ ଥିବାରୁ ସେ ଆସିବା ପରେ ମନ୍ତ୍ରିମଣ୍ଡଳ ପୁର୍ନଗଠନ ହୋଇପାରେ ବୋଲି କୁହାଯାଉଥିଲା । ଏବେ ଗଣେଶୀଲାଲ ଆଜି ଭୁବନେଶ୍ୱର ଆସୁୁଥିବାରୁ ସୋମବାର ସକାଳେ ମନ୍ତ୍ରିମଣ୍ଡଳ ପୁର୍ନଗଠନ ହେବ । ଆଗାମୀ ବର୍ଷର ବିଧାନସଭା ନିର୍ବାଚନ ପୂର୍ବରୁ ଏହା ଶେଷ ମନ୍ତ୍ରିମଣ୍ଡଳ ପୁର୍ନଗଠନ ବୋଲି କୁହାଯାଉଛି ।

You May Also Like

More From Author

+ There are no comments

Add yours