ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍, ଦ୍ୱିତୀୟ ଦିନରେ କରିବେ କ୍ଷେତ୍ର ପରିଦର୍ଶନ

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶାରେ ମହାନଦୀ ଟ୍ରିବ୍ୟୁନାଲ ଟିମର ଆଜି ଦ୍ୱିତୀୟ ଦିନ । ଟ୍ରିବ୍ୟୁନାଲ ଟିମ୍ ଚିପିଲିମା ପାୱାର ହାଉସ୍ ବୁଲି ଦେଖିବେ । ଅତାବିରା ବ୍ରାଞ୍ଚ କେନାଲ, ଶାସନ କେନାଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଆସନ୍ତାକାଲି ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଇବ୍ ଥର୍ମାଲ ପାୱାର ଏବଂ ଡ୍ୟାମ୍ ପ୍ରୋଜେକ୍ଟ ସାଇଟ୍ ପରିଦର୍ଶନ ପରେ ୨୩ ତାରିଖରେ ନୂଆଗଡ଼ା ଗସ୍ତ କରିବ ଟ୍ରିବ୍ୟୁନାଲ ଟିମ୍।

ଗତକାଲି ସମ୍ବଲପୁରର ହୀରାକୁଦ ଡ୍ୟାମ୍ ବୁଲି ଦେଖିଥିଲେ ଟିମ୍ । ଛତିଶଗଡ଼ ସରକାର ବ୍ୟାରେଜ୍ ନିର୍ମାଣ କରିବା ଦ୍ୱାରା ଓଡ଼ିଶାର ମହାନଦୀ ହ୍ରାସ ପାଉଛି । ଅଣମୌସୁମୀ ସମୟରେ ମହାନଦୀ ଶୁଖିଲା ପଡ଼ିବା ଦ୍ୱାରା ଜୀବନ ଜୀବିକା କିପରି ପ୍ରଭାବିତ ହେଉଛି ସେ ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି ଟିମ୍ । ରାଜ୍ୟ ସରକାର ଏ ସଂପର୍କରେ ଟିମକୁ ଅବଗତ କରିଥିଲେ ।

You May Also Like

More From Author

+ There are no comments

Add yours