ଆଜି ପୁରୀ ଜ଼ିଲ୍ଲା ପୁରୀ କୋଣାର୍କ ରୋଡ଼ରେ ୧୪ ଜଣ ପାସେଞ୍ଜରଙ୍କୁ ନେଇ ବିପଦ୍ଜନକ ଯାତ୍ରା ପୁଣି ଦ୍ରୁତ ଗତିରେ ଯାତ୍ରା କରୁଥିବା ଏକ ଅଟୋ ଯାନକୁ ପିଛା କରି ପୁରୀ ଆରଟିଓ ରବୀନ ପଟ୍ଟନାୟକ ଫାଇନ କରି ସିଜ କରିଛନ୍ତି l ଶ୍ରୀ ପଟ୍ଟନାୟକ ଏ ଅଞ୍ଚଳକୁ ଅଚାନକ ପରିଦର୍ଶନରେ ଯାଉଥିବା ବେଳେ ବେନିୟମ ଭାବେ ଯାତ୍ରା କରୁଥିବା ଓଡି-୧୩-୦୮୧୭ ଅଟୋକୁ ଅଟକାଇ ଯାଞ୍ଚ କରିଥିଲେ l ଗାଡିର ଫିଟନେସ, ଇନସୁରାନସ, ପରମିଟ, ପଲ୍ୟୁସନ ସାର୍ଟିଫିକେଟ ସବୁ ଇନ ଭେଲିଡ଼ ଥିବା ଦେଖିବାକୁ ପାଇଥିଲେ ଏବଂ ୪ ଜଣ ପାସେଞ୍ଜର ଲିମିଟ ଥିବା ଗାଡିରେ ଅତ୍ୟଧିକ ଲୋକଙ୍କୁ ନେଇ ଯାତ୍ରା କରୁଥିବା ଅଟୋକୁ ୨୯,୫୦୦ ଟଙ୍କା ଜୋରିମାନା କରି ପେଣ୍ଠକଟା ମେରାଇନ ପୋଲିସ ଷ୍ଟେସନ ସହାୟତାରେ ଏ ଗାଡିକୁ ସିଜ କରି ରଖି ଥିଲେ l ଆରଟିଓ ଶ୍ରୀ ପଟ୍ଟନାୟକ ଙ୍କ ଯୋଗୁଁ ଆଜି ପୁରୀ କୋଣାର୍କ ରୋଡ଼ରେ ଓଭର ଲୋଡିଙ୍ଗ ଗାଡିର ୧୪ ଜଣ ପାସେଞ୍ଜରଙ୍କ ଜୀବନ ବଞ୍ଚି ଯାଇଥିବା ଖବର ବୁଦ୍ଧିଜୀବୀ ମହଲ ରେ ପ୍ରଶଂସା କରାଯାଇଛି l ଏବଂ ଆଗାମୀ ଦିନରେ ଜ଼ିଲ୍ଲାରେ ଦୁର୍ଘଟଣା ମୃତ୍ୟୁ ହାର ରୋକିବା ପାଇଁ ଏହି ବିଭାଗର ସ୍ପେଶାଲ ଡ୍ରାଇଭ କାର୍ଯ୍ୟକ୍ରମ ଓ ଆରଟିଓ ଙ୍କ ଅଚାନକ ପରିଦର୍ଶନ କାର୍ଯ୍ୟକ୍ରମ ଜାରି ରହିବ ଓ ନିଶା ଗ୍ରସ୍ତ ଡ୍ରାଇଭର, ବେନିୟମ ଗାଡି ଚାଳନା ଉପରେ ଜୋରଦାର ଫାଇନ ଆଦାୟ କରାଯିବ ଓ କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି l