ପୁରୀ ଆରଟିଓଙ୍କ ଦ୍ଵାରା ଓଭର ଲୋଡିଙ୍ଗ ଅଟୋରୁ ଫାଇନ ଆଦାୟ

ଆଜି ପୁରୀ ଜ଼ିଲ୍ଲା ପୁରୀ କୋଣାର୍କ ରୋଡ଼ରେ ୧୪ ଜଣ ପାସେଞ୍ଜରଙ୍କୁ ନେଇ ବିପଦ୍ଜନକ ଯାତ୍ରା ପୁଣି ଦ୍ରୁତ ଗତିରେ ଯାତ୍ରା କରୁଥିବା ଏକ ଅଟୋ ଯାନକୁ ପିଛା କରି ପୁରୀ ଆରଟିଓ ରବୀନ ପଟ୍ଟନାୟକ ଫାଇନ କରି ସିଜ କରିଛନ୍ତି l ଶ୍ରୀ ପଟ୍ଟନାୟକ ଏ ଅଞ୍ଚଳକୁ ଅଚାନକ ପରିଦର୍ଶନରେ ଯାଉଥିବା ବେଳେ ବେନିୟମ ଭାବେ ଯାତ୍ରା କରୁଥିବା ଓଡି-୧୩-୦୮୧୭ ଅଟୋକୁ ଅଟକାଇ ଯାଞ୍ଚ କରିଥିଲେ l ଗାଡିର ଫିଟନେସ, ଇନସୁରାନସ, ପରମିଟ, ପଲ୍ୟୁସନ ସାର୍ଟିଫିକେଟ ସବୁ ଇନ ଭେଲିଡ଼ ଥିବା ଦେଖିବାକୁ ପାଇଥିଲେ ଏବଂ ୪ ଜଣ ପାସେଞ୍ଜର ଲିମିଟ ଥିବା ଗାଡିରେ ଅତ୍ୟଧିକ ଲୋକଙ୍କୁ ନେଇ ଯାତ୍ରା କରୁଥିବା ଅଟୋକୁ ୨୯,୫୦୦ ଟଙ୍କା ଜୋରିମାନା କରି ପେଣ୍ଠକଟା ମେରାଇନ ପୋଲିସ ଷ୍ଟେସନ ସହାୟତାରେ ଏ ଗାଡିକୁ ସିଜ କରି ରଖି ଥିଲେ l ଆରଟିଓ ଶ୍ରୀ ପଟ୍ଟନାୟକ ଙ୍କ ଯୋଗୁଁ ଆଜି ପୁରୀ କୋଣାର୍କ ରୋଡ଼ରେ ଓଭର ଲୋଡିଙ୍ଗ ଗାଡିର ୧୪ ଜଣ ପାସେଞ୍ଜରଙ୍କ ଜୀବନ ବଞ୍ଚି ଯାଇଥିବା ଖବର ବୁଦ୍ଧିଜୀବୀ ମହଲ ରେ ପ୍ରଶଂସା କରାଯାଇଛି l ଏବଂ ଆଗାମୀ ଦିନରେ ଜ଼ିଲ୍ଲାରେ ଦୁର୍ଘଟଣା ମୃତ୍ୟୁ ହାର ରୋକିବା ପାଇଁ ଏହି ବିଭାଗର ସ୍ପେଶାଲ ଡ୍ରାଇଭ କାର୍ଯ୍ୟକ୍ରମ ଓ ଆରଟିଓ ଙ୍କ ଅଚାନକ ପରିଦର୍ଶନ କାର୍ଯ୍ୟକ୍ରମ ଜାରି ରହିବ ଓ ନିଶା ଗ୍ରସ୍ତ ଡ୍ରାଇଭର, ବେନିୟମ ଗାଡି ଚାଳନା ଉପରେ ଜୋରଦାର ଫାଇନ ଆଦାୟ କରାଯିବ ଓ କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି l

You May Also Like

More From Author

+ There are no comments

Add yours