Thu. Oct 15th, 2026

ନନ୍ଦପୁର  ନନ୍ଦପୁର ବ୍ଲକ ଦେଇ ଯାଇଥିବା ଏମଡିଆର ୫୫ ରାସ୍ତାର ମାରଡ଼ା ଓ କମାରଗୁଡା ନିକଟରେ ଦୁଇଟି ପୃଥକ୍ ଦୁର୍ଘଟଣା ହୋଇଛି। ମାରଡା ନିକଟରେ ହୋଇଥିବା ଦୁର୍ଘଟଣାରେ ଗୁଲ୍ ପଣ୍ଡି ଗ୍ରାମର ଅଟୋ ଚାଳକ ଗୁରୁ କଆଁର ଙ୍କ ମୃତ୍ୟୁ ହୋଇଥିବା ବେଳେ କମାରଗୁଡା ନିକଟରେ ତିନି ବାଇକ ଆରୋହୀ ଆହତ ହୋଇଛନ୍ତି। ଆହତ ତିନିଜଣ ଯାକ ସେମିଳିଗୁଡା ଅଞ୍ଚଳର ବୋଲି ଜଣା ପଡ଼ିଛି। ୧୦୮ ରୋଗୀ ବୁହା ଯାନରେ ଆହତ ତିନିଜଣଙ୍କୁ ଉଧାର କରାଯାଇ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ତିନି ଆହତଙ୍କ ପରିଚୟ ମିଳିଛି। ସେମିଳିଗୁଡା ଗ୍ରାମର ଜଗତ ସୀସା, ପର୍ଶୁ ଆର୍ଲିଆ ଓ ଜନ ସୁଗାଡି ବୋଲି ଜଣାପଡିଛି। ମାରଡା ନିକଟ ଅଟୋ ଦୁର୍ଘଟଣା ସ୍ଥଳକୁ ପୋଲିସ, ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ବାହିନୀ ପହଞ୍ଚିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଘଣ୍ଟାଏ ବିଳମ୍ଭରେ ପହଞ୍ଚିଥିବା ୧୦୮ ଚାଳକ ଉପସ୍ଥିତ ଫଟୋ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଦେଖାଇ ଥିବା ଅଭିଯୋଗ ହୋଇଛି। ନନ୍ଦପୁର ପୋଲିସ ଦୁଇ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଅଟୋ ସହ ମୃତଶରୀର ଓ ବାଇକ ଜବତ କରିଛି। ଦେଖଣା ହାରୀ ଦୁଇଟି ଯାକ ଘଟଣାରେ ଚାଳକ ମାନେ ନିଜେ ନିଜେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିବା ଦେଖଣା ହାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *