ଜୁଲାଇରେ ଉତକ୍ଷେପଣ ହୋଇପାରେ ଚନ୍ଦ୍ରୟାନ-୩

ଶବ୍ଦ ଓଡିଶା ବ୍ୟୁରୋ: ମହାକାଶ କ୍ଷେତ୍ରରେ ଭାରତର ଶକ୍ତିକୁ ସାରା ବିଶ୍ୱ ଏବେ ସ୍ୱୀକାର କରୁଛି । ମଙ୍ଗଳାୟନ ଠାରୁ ଆରମ୍ଭ କରି ଚନ୍ଦ୍ରୟାନ ପର୍ଯ୍ୟନ୍ତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ଲଗାତର ଏହି କ୍ଷେତ୍ରରେ ନୂଆ ନୂଆ ପରୀକ୍ଷାନୀରିକ୍ଷା କରି ଭାରତକୁ ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିଆସୁଛି । ଏହିକ୍ରମରେ ଚଳିତ ବର୍ଷ ଚନ୍ଦ୍ରୟାନ-୩ ଉପରେ ସମସ୍ତଙ୍କ ନଜର ରହିଛି । ଆଉ ଏହାର ଉତକ୍ଷେପଣ ପାଇଁ ଇସ୍ରୋ ତରଫରୁ ଜୋରଦାର ପ୍ରସ୍ତୁତ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ ଆସନ୍ତା ଜୁଲାଇ ମାସରେ ଚନ୍ଦ୍ରୟାନ-୩ର ଉତକ୍ଷେପଣ କରାଯିବ । ତେବେ ଚନ୍ଦ୍ରୟାନ-୨ରେ ହୋଇଥିବା ଭୁଲ୍ ଏଥର କିପରି ନହେବ, ସେଥିପାଇଁ ଲ୍ୟାଣ୍ଡିଂ ଟେକନିକରେ ପରିବର୍ତନ କରାଯାଇଛି । ଚନ୍ଦ୍ରୟାନ-୩କୁ ସମ୍ପୂର୍ଣ୍ଣ ନୂଆ ଭାବେ ନିର୍ମିତ କରାଯାଇଛି । ଚନ୍ଦ୍ରୟାନ-୩ ମିଶନରେ ଇସ୍ରୋ କେବଳ ଲ୍ୟାଣ୍ଡର ଓ ରୋଭର ପଠାଇବ । ଆଉ ଚନ୍ଦ୍ରର ଚାରିପଟେ ପରିକ୍ରମା କରୁଥିବା ଚନ୍ଦ୍ରୟାନ-୨ର ଲ୍ୟାଣ୍ଡର-ରୋଭରକୁ ଚନ୍ଦ୍ରର ଆର୍ବିଟର ସହ ସଂଯୋଗ କରାଯିବ ।

You May Also Like

More From Author

+ There are no comments

Add yours