Thu. Oct 15th, 2026

ପବିତ୍ର ସାବିତ୍ରୀ ଅମାବାସ୍ୟାରେ କିନ୍ନରମାନେ ପାରମ୍ପାରିକ ଭାବେ ପାଳନ କରିଛନ୍ତି ସାବିତ୍ରୀ ବ୍ରତ। ନିଜ ନିଜର ମନ୍ତବ୍ୟରେ ସୂଚନା ଦେଇଛନ୍ତି, ଆମେ କିନ୍ନର ମା ହେବାର ସୈାଭାଗ୍ୟ ପାଇପାରିବୁ ନାହିଁ ବରଂ ଯଶୋଦା ମାର ଭୂମିକା ଲିଭାଇବାରେ କୌଣସି ତ୍ରୃଟି ରଖିବୁ ନାହିଁ।

ଆଜି ସକାଳୁ ସ୍ନାନକାର୍ଯ୍ୟ ସାରି ଏକ ସଧବା ନାରୀ ପରି ଭୂଷଣ ପରିଧାନ କରି ପୂଜା ସାମଗ୍ରୀ ସହ ପ୍ରଥମେ ମନ୍ଦିର ଆସି ଠାକୁରଙ୍କ ଦର୍ଶନ କରିବା ସହ ନିଜର ପୂଜାକାର୍ଯ୍ୟ ସମାପନ କରିଥିଲେ। ନିଜର ପୂଜ୍ୟ ଗୁରୁଜୀଙ୍କୁ ଉତ୍ସର୍ଗୀକୃତ ଅବସରରେ ଆଜିର ପବିତ୍ର ସାବିତ୍ରୀ ପର୍ବ ପାଳନ କରିଥାନ୍ତି। ଆଜିର ଏହି ସାର୍ବଜନୀନ ପର୍ବରେ ପତିବ୍ରତା ନାରୀମାନଙ୍କୁ ଉତ୍ସାହିତ କରିବା ସହ ସଂସାର କଲ୍ୟାଣ ପାଇଁ ତଥା ସଧବା ନାରୀମାନଙ୍କ ସମସ୍ତେ ସୁଖ ଓ ଶାନ୍ତି କାମନା କରିଥିଲେ। ଶେଷରେ ନିଜର ଗୁରୁଙ୍କ ପାଦରେ ଉତ୍ସର୍ଗୀକୃତ କରିଥାନ୍ତି। ଏକ ନୂତନ ଓ ସ୍ବଚ୍ଛ ଚିନ୍ତାଧାରର ପରିପ୍ରକାଶ କରିଛନ୍ତି ଖୋର୍ଦ୍ଧାଜିଲ୍ଲା ବାଲୁଗାଁ ଅଂଚଳର ଏହି କିନ୍ନରମାନେ।

Leave a Reply

Your email address will not be published. Required fields are marked *