ହୀରାକୁଦ ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍

ଶବ୍ଦ ଓଡିଶା ବ୍ୟୁରୋ: ମହାନଦୀ ଜଳବିବାଦ ମାମଲା । ଆଜି ହୀରାକୁଦ ଆସୁଛନ୍ତି ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ନିକଟରେ ୨ ଟି ପର୍ଯ୍ୟାୟରେ ମହାନଦୀ ଟ୍ରିବ୍ୟୁନାଲ ଟିମରେ ୫୦ ଜଣିଆ ଟିମ ଛତିଶଗଡରେ କ୍ଷେତ୍ର ପରିଦର୍ଶନ କରିଥିଲେ । ଆସନ୍ତାକାଲିଠାରୁ ଟ୍ରିବ୍ୟୁନାଲ ଟିମ୍ ଓଡିଶାରେ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିବେ । ମହାନଦୀ ଜଳବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଟିମ୍ ତାର ତୃତୀୟ ପ୍ରଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ହୀରାକୁଦରେ ପହଂଚିଛନ୍ତି । ୨୪ ତାରିଖ ଯାଏଁ ଏହି ଟିମ୍ ହୀରାକୁଦ ବନ୍ଧ ସମେତ ଏହାର ଉଭୟ ତଳ ଓ ଉପରମୁଣ୍ଡର ସଂଲଗ୍ନ ଅଂଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

You May Also Like

More From Author

+ There are no comments

Add yours