ପୁରୀରେ ଶତ ପ୍ରତିଶତ ଫଳାଫଳ ହାସଲ କଲେ ୧୦ମ ଛାତ୍ରଛାତ୍ରୀ

୨୦୨୩ର ୧୦ମ ବୋର୍ଡ଼ ପରୀକ୍ଷାରେ ପୁରୀ ଜିଲ୍ଲା ସ୍କୁଲ ୧୦୦% ଫଳାଫଳ ପ୍ରାପ୍ତ କରି ସମଗ୍ର ଜିଲ୍ଲାରେ ତାର ସମ୍ମାନ ବଜାୟ ରଖିଛି । ଏବର୍ଷ ପରୀକ୍ଷା ଦେଇଥିବା ୨୮୯ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ସମସ୍ତ ଛାତ୍ରଛାତ୍ରୀ ପାସ୍ କରି ଶତ ପ୍ରତିଶତ ଫଳାଫଳ ପ୍ରାପ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ A1 ୧୦ , A2 ୩୬ , B1 ୫୨ ,B2 ୫୨ ,C ୬୩ ,D ୪୨ ଓ E ୩୪ ଜଣ ବିଭିନ୍ନ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀମାନଙ୍କ କଠିନ ପରିଶ୍ରମ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସାମୁହିକ ଉଦ୍ୟମ ତଥା ପ୍ରୋତ୍ସାହନରେ ଏହା ସମ୍ଭବ ହୋଇପାରିଛି। ବିଦ୍ୟାଳୟ ପରିସର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ସମାଗମରେ ଆନନ୍ଦ ମୁଖରିତ ହେବା ସହ ଚଳିତ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ଫଳାଫଳ ପ୍ରାପ୍ତ ପାଇଁ ପ୍ରେରଣା ଦାୟକ ହୋଇପାରିଛି ।

You May Also Like

More From Author

+ There are no comments

Add yours