Wed. Oct 14th, 2026

ଲାଞ୍ଚ ନେଇ ଧରା ପଡ଼ିଲେ ସିଡିପିଓ ଏବଂ କିରାଣୀ। ଅଙ୍ଗନବାଡି କର୍ମୀ ପଦବୀ ନିମନ୍ତେ ଲାଞ୍ଚ ଗ୍ରହଣ କରୁଥିବା ବେଳେ ସିଡିପିଓଙ୍କ କିରାଣୀ ଅଶ୍ଵିନୀ କୁମାର ପ୍ରଧାନ ଜୟପୁର ଭିଜିଲାନ୍ସ ଦ୍ଵାରା ଧରାପଡ଼ିଛନ୍ତି। ଏହି ଲାଞ୍ଚ ଘଟଣା ରେ ସଂପୃକ୍ତ ସିଡିପିଓ ନମିତା ରାଣୀ ପାଲଙ୍କୁ ଗିରଫ କରଯାଇଛି। ଘଟଣାରୁ ପ୍ରକାଶ ଯେ ଓଡେଶୁ ଅଙ୍ଗନବାଡ଼ି ସେଣ୍ଟର ପାଇଁ ଅଙ୍ଗନୱାଡ଼ି କର୍ମୀ ପଦ ନିଯୁକ୍ତି ଦେବା ନିମନ୍ତେ ସିଡିପିଓ ଓ ବରିଷ୍ଠ କିରାଣୀ ଜଣେ ପାଇଥିବା ମହିଳାଙ୍କୁ ଟଙ୍କା ଦାବି କରିଥିଲେ। ଚାଳିଶ ହଜାର ଟଙ୍କା କିରାଣି ଅଶ୍ଵିନୀ କୁମାର ପ୍ରଧାନଙ୍କୁ ପ୍ରଦାନ କରୁଥିବା ବେଳେ ଆଗରୁ ଛପି ରହିଥିବା ଦୁର୍ନୀତି ନିବାରଣ ବିଭାଗ ଅଧିକାରୀ ମାଡି ବସିଥିଲେ । ଟଙ୍କା ସହ ରଙ୍ଗ କାଳୀ ହାତରେ ଧରିଥିଲେ। ଟଙ୍କାରେ ଲାଗିଥିବା ରାସାୟନିକ ଲେପରେ କିରାଣୀ ଙ୍କ ହାତ ରଙ୍ଗ ହୋଇଯାଇଥିଲା। ସେ ତାଙ୍କ ପାଇଁ ଓ ସିଡିପିଓଙ୍କ ପାଇଁ ଲାଞ୍ଚ ନେଉଥିବା ସ୍ଵୀକାର କରିଥିଲେ ଓ ଉଭାୟଙ୍କୁ ଗିରଫ କରାଯିବା ସହ କାର୍ଯ୍ୟାଳୟ ଖାନତଲାସି କରାଯିବା ସହ ସିଡିପିଓ ନମିତା ପାଲଙ୍କ ନିଜ ନନ୍ଦପୁର ଘରକୁ ଛାପା ମାରିଛି। ଅଶ୍ଵିନୀଙ୍କର ବାସଭବନରେ ମଧ୍ୟ ଛାପା ମାରିଛି। ଏହି ଚଢାଉରେ ଜୟପୁର ଦୁର୍ନୀତି ନିବାରଣ ବିଭାଗର ଡିଏସପି ସୁଶାନ୍ତ କୁମାର ବିଶ୍ବାଳ ଓ ସୂର୍ଯ୍ୟକାନ୍ତି ଟାକିରି, ନିରୀକ୍ଷକ ବଙ୍କିମ ବାବାଲି, ସଞ୍ଜୟ ପ୍ରଧାନ, ଜୟଶ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲାରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *