ଏଣିକି ସପ୍ତାହରେ ୬ ଦିନ ବୁଲିହେବ ରାଷ୍ଟ୍ରପତି ଭବନ

ରାଷ୍ଟ୍ରପତି ଭବନକୁ ବୁଲି ଦେଖିବା ପାଇଁଁ ସାଧାରଣତଃ ଲୋକଙ୍କ ମନରେ ଉତ୍କଣ୍ଠା ଥାଏ । ବର୍ଷକରେ ଲୋକଙ୍କୁ ଥରୁଟିଏ ହିଁ ଏହି ସୁଯୋଗ ମିଳିଥାଏ । କିନ୍ତୁ ଏବେ ସାଧାରଣ ଲୋକଙ୍କ ପାଇଁ ଆସିଯାଇଛି ଖୁସି ଖବର । ଆସନ୍ତା ମାସରୁ ରାଷ୍ଟ୍ରପତି ଭବନ ସପ୍ତାହରେ ୬ଦିନ ସାଧାରଣ ଜନତାଙ୍କ ପାଇଁ ଖୋଲିବ । ପ୍ରଥର ଥର ପାଇଁ ସାଧାରଣ ଜନତାଙ୍କୁ ରାଷ୍ଟ୍ରପତି ଭବନ ସପ୍ତାହରେ ୬ ଦିନ ବୁଲି ଦେଖିବାର ସୁଯୋଗ ମିଳିବ । ଏ ନେଇ ସୂଚନା ରାଷ୍ଟ୍ରପତି ଭବନ ଦାୟିତ୍ୱରେ ଥିବା ଅଧିକାରୀ ମଙ୍ଗଳବାର ଦେଇଛନ୍ତି । ଜୁନ ୧ରୁ ପ୍ରତି ମଙ୍ଗଳବାରରୁ ରବିବାର ଯାଏ ସାଧାରଣ ଜନତା ରାଷ୍ଟ୍ରପତି ଭବନ ବୁଲି ଦେଖିପାରିବେ । ତେବେ ସରକାରୀ ଛୁଟି ଦିନରେ ଏହା ବନ୍ଦ ରହିବ । ସକାଳ ସାଢ ୯ଟାରୁ ସାଢେ ୪ଟା ପର୍ୟ୍ୟନ୍ତ ୭ଟି ସ୍ଲଟରେ ସାଧାରଣ ଜନତା ରାଷ୍ଟ୍ରପତି ଭବନ ବୁଲି ଦେଖି ପାରିବେ ।ଏଥିସହିତ ରାଷ୍ଟ୍ରପତି ଭବନ ମୁ୍ୟଜିୟମ ମଧ୍ୟ ସାଧାରଣ ଜନତାଙ୍କ ପାଇଁ ମଙ୍ଗଳବାରରୁ ରବିବାର ଯାଏ ଖୋଲା ରହିବ ବୋଲି ରାଷ୍ଟ୍ରପତି ଭବନ ଦାୟିତ୍ୱରେ ଥିବା ଅଧିକାରୀ ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ଭବନର ଫୋରକୋର୍ଟରେ ପ୍ରତି ଶନିବାର ୮ଟାରୁ ୯ଟା ପର୍ୟ୍ୟନ୍ତ ହେବାକୁ ଥିବା ଗାର୍ଡ ସେରିମନି ମଧ୍ୟ ସାଧାରଣ ଲୋକ ଦେଖିପାରିବେ । ଯଦି ଶନିବାର କୌଣସି ସରକାରୀ ଛୁଟି ଦିନ ପଡେ କିମ୍ବା ରାଷ୍ଟ୍ରପତି ଭାବନର ବିଶେଷ କାରଣ ପାଇଁ ନିର୍ଦ୍ଦେଶ ଆସେ ସେଦିନ ତେବେ ଗାର୍ଡ ସେରିମନି ବନ୍ଦ ରହିବ । ଭିଜିଟର ରାଷ୍ଟ୍ରପତି ଭବନ ବୁଲି ଦେଖିବା ପାଇଁ ୭ଟି ସ୍ଲଟ ମଧ୍ୟରୁ ଗୋଟିଏ ଅନଲାଇନରେ ଅଫିସିଆଲ ୱେବସାଇଟରୁ ବୁକ କରିପାରିବେ ।ରାଷ୍ଟ୍ରପତି ଭବନ ପରିଦର୍ଶନକୁ ତିନୋଟି ପର୍ୟ୍ୟାୟରେ ବିଭକ୍ତ କରାଯାଇଛି । ପ୍ରଥମରେ ମୁ୍ଖ୍ୟ କୋଠା ଏବଂ ସେଣ୍ଟ୍ରାଲ ଲନ ସହ ମୁଖ୍ୟ ଘର, ୨ୟରେ ରାଷ୍ଟ୍ରପତି ଭବନର ମ୍ୟୁଜିୟମ କମ୍ପ୍ଲେକ୍ସ ଏବଂ ୩ୟରେ ରହିଛି ଅମୃତ ଉଦ୍ୟାନ, ହର୍ବାଲ ଗାର୍ଡନ, ମ୍ୟୁଜିକାଲ ଗାର୍ଡନ ଏବଂ ସ୍ପରିଚୁଆଲ ଗାର୍ଡନ ।

You May Also Like

More From Author

+ There are no comments

Add yours