Thu. Oct 15th, 2026

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧକ୍ଷତାରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସଭାଗୃହରେ ରଥଯାତ୍ରା-୨୦୨୩ ସମ୍ବନ୍ଧୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଥିଲା। ଏହି ବୈଠକରେ ଜିଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିବରଣୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁଜାତା ମିଶ୍ର ବୈଠକରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ I

ଯୋଜନା ମୁତାବକ ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୨୭ଟି ଆଶୁ ଚିକିତ୍ସା କେନ୍ଦ୍ର, ୩୦ଗୋଟି ଆମ୍ବୁଲାନ୍ସ, ୧୩୨ଗୋଟି ସ୍ୱତନ୍ତ୍ର ଚିକିତ୍ସା ବେଡ଼, ୧୦ ଶଯ୍ୟା ବିଶିଷ୍ଟ ଅଂଶୁଘାତ କକ୍ଷ, ଖାଦ୍ୟ ସୁରକ୍ଷା ଯାଞ୍ଚ ପାଇଁ ୨ଗୋଟି ଦଳ ନିୟୋଜିତ ହେବା ସହିତ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ଜିଲ୍ଲା ବଡ ଡାକ୍ତରଖାନାରେ ୨୫ ଗୋଟି ବେଡ଼ ସହିତ ଅମ୍ଳଜାନ ସଂଯୋଗ କରାଯାଇ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରାଯାଇଅଛି, ଓଟି ସହିତ ଆଇ.ସି.ୟୁ କୁ ପ୍ରସ୍ତୁତ କରାଯାଇଅଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଖାଦ୍ୟ ସୁରକ୍ଷା ଏବଂ ପିଇବା ପାଣି ବ୍ୟବସ୍ଥା ଯାଞ୍ଚକୁ କଡାକଡି କରାଯାଇଛି ।

Leave a Reply

Your email address will not be published. Required fields are marked *