Wed. Oct 14th, 2026

ପ୍ରକାଶ ପାଇଛି ୨୦୨୧-୨୨ର ଏଡିଆର ରିପୋର୍ଟ। ଆଞ୍ଚଳିକ ଦଳମାନେ କେଉଁଠୁ ଚାନ୍ଦା ପାଆନ୍ତି ? କେତେ ଟଙ୍କା କେଉଁ ରାଜନୈତିକ ଦଳକୁ ମିଳିଛି? ତାହାର ସବିଶେଷ ରିପୋର୍ଟ ପ୍ରକାଶ ପାଇଛି । ଆସୋସିଏସନ ଫର ଡେମୋକ୍ରଟିକ ରିଫର୍ମସ ବା ଏଡିଆର ୨୦୨୧-୨୨ର ରିପୋର୍ଟ ପ୍ରକାଶ ପାଇଛି । ନିର୍ବାଚନ କମିଶନଙ୍କ ପାଖରେ ଦାଖଲ ହୋଇଥିବା ତଥ୍ୟ ଆଉ ଅଡିଟ୍ ରିପୋର୍ଟକୁ ଆଧାରକରି ପ୍ରକାଶ ପାଇଛି ରିପୋର୍ଟା ଅଜଣା ସୂତ୍ରରୁ ଆଞ୍ଚଳିକ ଦଳ ଭାବେ ତାମିଲନାଡୁର ଡିଏମକେ ସର୍ବାଧିକ ୩୦୬ କୋଟି, ଦ୍ୱିତୀୟରେ ବିଜୁ ଜନତା ଦଳ ୨୯୧ କୋଟି ଟଙ୍କା ପାଇଛି । ଯାହାକୁନେଇ ଏବେ ରାଜନୀତି ଜୋର ଧରିଛି ।ସେପଟେ ରାଜନୈତିକ ସମୀକ୍ଷକଙ୍କ ମତରେ କିଛି ବ୍ୟବସାୟୀ ଓ ସରକାରୀ କଳରୁ ଲାଭାନ୍ୱିତ ହୋଇଥିବାରୁ ସେମାନେ ନାଁ ଗୋପନ ରଖି ପାର୍ଟିକୁ ଟଙ୍କା ଦେଉଥିବା ଅଭିଯୋଗ କରିଛନ୍ତି । ଏହି ଅଜଣା ସୂତ୍ରରୁ ଆସୁଥିବା ଟଙ୍କା କିଏ ଦେଉଛି? କାହିଁକି ଦେଉଛନ୍ତି? ତାହାର ତଦନ୍ତ ହେବା ଦରକାର । ଭୁଟାନ, ନେପାଳ, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ବ୍ରାଜିଲ, ବୁଲଗେରିଆ, ଜାପାନ ଓ ଆମେରିକରେଏହାର ତଥ୍ୟ ଉପଲବ୍ଧ ହେଉଥିବା ବେଳେ ଭାରତରେ କିଏ କେଉଁ ଦଳକୁ କେତେ ଟଙ୍କା ଦେଇଛନ୍ତି ତାହା ଜାଣିବା ସମ୍ଭବପର ନୁହେଁ।

Leave a Reply

Your email address will not be published. Required fields are marked *