Thu. Oct 15th, 2026

କୋରାପୁଟ ଠାରେ କଳା ନିକେତନ ଛକରେ ଆଜି ଓର୍ମାସ ପକ୍ଷରୁ ଆମ୍ବ ବିକ୍ରୀ ଷ୍ଟଲ୍ ଉଦଘାଟିତ ହୋଇଯାଇଛି। ବିଭିନ୍ନ ଉତ୍ପାଦକ ଗୋଷ୍ଟି ମାନଙ୍କ ଠାରୁ ଆମ୍ବ କ୍ରୟ କରାଯାଇ ସୁଲଭ ମୂଲ୍ୟରେ ବିକ୍ରି କରାଯାଉଛି। ଆଜି ଏହି ଷ୍ଟଲ୍ କୁ କୋରାପୁଟ ର ଜିଲ୍ଲା ଉନ୍ନୟନ ଅଧିକାରୀ ଶିବାଜି ଗୌରବ ଇଶାଲୱାର ଉଦ୍ଘାଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟର ଉପ ନିର୍ଦ୍ଦେଶକ ଜିଲ୍ଲା ଯୋଜନା ସୂର୍ଯ୍ୟକାନ୍ତ ବେହେରା ଓ ଉପ ନିର୍ଦ୍ଦେଶକ ଉଦ୍ୟାନ ସୁଦାମ ଚରଣ ବିଶ୍ଵାଳ ଓ ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ କାରୁ ସୋରେନ ପ୍ରମୁଖ ଉପସ୍ଥିତ ଥିଲେ। ଆମ୍ବ ମାନଙ୍କ ମଧ୍ୟରୁ ବୋରିଗୁମ୍ମା ଅଞ୍ଚଳ ର ଦଶିରୀ ଆମ୍ବ ଓ ଜିଲ୍ଲାର ବିଭି୍ନପ୍ରାନ୍ତରୁ ଆମ୍ବ ଷ୍ଟଲ୍ ରେ ଶୋଭା ପାଇଥିଲା ଆମ୍ବ ମାନଙ୍କ ଭିତରେ ବାଇଗଣ ପିଲି, ଆମ୍ର ପାଲି, ଦସେରି, ଲେଙ୍ଗେଡ଼ା ପ୍ରଭୁତି ଆମ୍ବ ବୋରିଗୁମ୍ମା , ଦଶମନ୍ତପୁର , ଲକ୍ଷ୍ମୀପୁର ଓ କୋରାପୁଟ ଆଦି ବ୍ଲକ ର ଚାଷୀ ମାନଙ୍କ ଆମ୍ବ ଆସିଥିବା ଜଣା ପଡ଼ିଛି। ଓରମାସ ର ପ୍ରକଳ୍ପ ଅଧିକାରି ରୋଷନ୍ କାର୍ତ୍ତିକ କାର୍ଯକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *